ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୭: ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଫସଲ ପାଇଁ ୧୧ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବେ। ଏହାସହିତ ପ୍ରତ୍ୟେକ ଚାଷୀଙ୍କୁ ଏକ ଟଙ୍କା ପ୍ରିମିୟମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା ମଧ୍ୟ ମିଳିବ । ଏନେଇ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଏନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି ହୋଇଛି ।

୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ଚାଷୀଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ। ହେଲେ ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୨ପ୍ରତିଶତ ସୁଧ ଦେବାକୁ ପଡିବ ବୋଲି ଜଣାପଡିଛି।