Advertisement

ଚାଷୀଙ୍କ ପାଇଁ ଛାଡ଼ିଥିଲେ ବିଧାୟକ ପଦ, ପୁଣି ଜିତିଲେ

ଚଣ୍ଡିଗଡ଼,୨।୧୧: ଆଇଏନ୍‌ଏଲ୍‌ଡି (ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ) ନେତା ଅଭୟ ଚୌତାଲା ହରିୟାଣାର ଏଲେନାବାଦ୍‌ ବିଧାନସଭା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ସରକାରୀ ଭାଜପା ଦଳର ଗୋବିନ୍ଦ କାଣ୍ଡାଙ୍କୁ ୬,୭୩୯ ଭୋଟରେ ହରାଇ ଦେଇଛନ୍ତି ବୋଲି ନିର୍ବାଚନ ଆୟୋଗ(ଇସି)ର ଓ୍ବେବସାଇଟ୍‌ରେ ଦର୍ଶାଯାଇଛି।

କାଣ୍ଡାଙ୍କ ପ୍ରାର୍ଥୀତ୍ୱକୁ ଜେଜେପି ସମର୍ଥନ କରିବା ସତ୍ତ୍ୱେ ଭାଜପାକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଜେଜେପି ଦଳର ମୁଖ୍ୟ ହେଉଛନ୍ତି ଆଇଏନ୍‌ଏଲ୍‌ଡି ନେତାଙ୍କ ପୁତୁରା ଉପ ମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା। ଏଲେନାବାଦ୍‌ ଆସନରେ କଂଗ୍ରେସ ପ୍ରାର୍ଥୀ ପଓ୍ବନ ବେନିଓ୍ବାଲ ନିର୍ବାଚନ ତୃତୀୟ ସ୍ଥାନରେ ଥିଲେ।

ବିଜୟ ପରେ ଚୌତାଲା କହିଛନ୍ତି, ଭାଜପା ଭୋଟ ପାଇଁ ଟଙ୍କା ବାଣ୍ଟିଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର ଇସ୍ତଫା ଦେବା ଉଚିତ। ଯଦି କୌଣସି ଘୋଡ଼ା ବ୍ୟପାର ନ ହୋଇଥାନ୍ତା, ମୁଁ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥାନ୍ତି। ଏହା ମୋର ନୁହେଁ, ଚାଷୀଙ୍କ ବିଜୟ।

ଏଲେନାବାଦ୍‌ ଅଞ୍ଚଳରେ ଲୋକେ ପ୍ରାୟତଃ କୃଷି ଉପରେ ନିର୍ଭର କରନ୍ତି। ଦେଶରେ ଗତ ବର୍ଷରୁ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଚୌତାଲା ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share