ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା ରୋଗ: ଧାନ ଫସଲରେ ବ୍ୟାପିବା ଆରମ୍ଭ

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ)- ରାଜ୍ୟର ବରଗଡ଼ ଜିଲାରେ ଅଧିକ ଧାନଚାଷ ହୋଇଥାଏ। କିନ୍ତୁ ଏଠାରେ ଚାଷକୁ ନେଇ ଚାଷୀମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନଚାଷ କରି ଅନେକ ସମୟରେ ଚାଷୀଙ୍କୁ କ୍ଷତି ମଧ୍ୟ ସହିବାକୁ ପଡୁଛି। କେତେବେଳେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ତ ଆଉକେବେ ରୋଗପୋକ ଉପଦ୍ରବ ଯୋଗୁ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି। ଏବେ ଜିଲାରେ ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଛି। ଧାନ ଅମଳକ୍ଷମ ହେବାକୁ ଯେତିକି ପାଖେଇ ଆସୁଛି, ଫସଲରେ ସେଭଳିଭାବେ ନାନା ରୋଗପୋକଙ୍କ ପ୍ରାଦୁର୍ଭାବ ଦେଖାଯାଉଛି। ଜିଲାର ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା, ଧାଙ୍ଗେର, କୁରୁଆଁ, ଖଣ୍ଡହଥା ଅଞ୍ଚଳର କିଛିଦିନ ତଳେ ଧାନକେଣ୍ଡା ଅଗାଡ଼ି ହୋଇଯାଉଥିବା ନେଇ ଚାଷୀମାନେ ଜିଲାପାଳ ଏବଂ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କୁ ଫେରାଦ ହୋଇଥିଲେ। ତେବେ ଏହାର ପ୍ରାଦୁର୍ଭାବ ଥମି ନ ଥିବାବେଳେ ବର୍ତ୍ତମାନ ଫସଲରେ ଚକଡ଼ା(ମାଟିଆ ଗୁଣ୍ଡି) ପୋକ ଉପଦ୍ରବ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି।
ଜିଲାର ହୀରାକୁଦ ଜଳସେଚିତ ଅଞ୍ଚଳ ତଥା ଅତାବିରା, ଭେଡେନ, ବରଗଡ଼, ବରପାଲି ବ୍ଲକରେ ମୁଖ୍ୟତଃ ରବି ଧାନ ଫସଲ ହୋଇଥାଏ। ସେହିପରି ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ଅନ୍ୟ ଅଣଜଳସେଚିତ ବ୍ଲକର ଚାଷୀମାନେ ଉଠା ଜଳସେଚନ ପ୍ରକଳ୍ପ ତଥା ଗଭୀର ନଳକୂପ ମାଧ୍ୟମରେ ରବି ଧାନ ଫସଲ କରିଥାନ୍ତି। ଏହି କ୍ରମରେ ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଜମିରେ ଚଳିତ ରବି ଋତୁରେ ଧାନ ଚାଷ ହୋଇଛି। ଚାଷ ଆରମ୍ଭରୁ ଅନୁକୂଳ ପାଗ ଯୋଗୁ ଫସଲ ଭଲ ହୋଇଛି। ଅନେକ ଜମିରେ ଧାନକେଣ୍ଡା ବାହାରି ଧାନ କ୍ଷୀର ଖାଉଥିବା ଅବସ୍ଥାକୁ ଆସି ଯାଇଛି। ସେହିପରି କେତେକ ଜମିରେ ଧାନକେଣ୍ଡା ବାହାରିବା ଆରମ୍ଭ ହୋଇଛି। କିନ୍ତୁ ଗୋଟିଏ ପଟେ ଧାନ ଅମଳ ସମୟ ପାଖେଇ ଆସୁଥିବାବେଳେ ଅନ୍ୟପଟେ ନାନା ରୋଗପୋକ ମାଡ଼ି ଆସି ଫସଲକୁ ଧୂଳିସାତ୍‌ କରିବା ଆରମ୍ଭ କରି ଦେଉଛନ୍ତି।
ସାଧାରଣତଃ ମେ ମାସ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଜିଲାରେ ରବି ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଥାଏ। ଏଥର ମଧ୍ୟ ମେ ମାସ ପ୍ରଥମ ସପ୍ତାହରୁ ଜିଲାରେ ଧାନ ଅମଳ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଅନୁମାନ କରାଯାଉଛି। ଆଉ ଦୁଇ ସପ୍ତାହ ପରେ ସ୍ବଳ୍ପ ମିଆଦୀ ଧାନ ଅମଳକ୍ଷମ ଅବସ୍ଥାକୁ ଆସିଯିବ ଏବଂ ଅନ୍ୟ ଦୀର୍ଘମିଆଦୀ ଧାନର ଅମଳ କାର୍ଯ୍ୟ ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଆରମ୍ଭ ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। କିନ୍ତୁ ଧାନ ଫସଲରେ ରୋଗପୋକ ଉପଦ୍ରବ ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ବରଗଡ଼ ବ୍ଲକ କଲାପାଣି ଗ୍ରାମର ଚାଷୀ ସୁରେଶ ନେକାଣ୍ଟି କହିଛନ୍ତି, ଏଥର ଧାନ ଫସଲ ଭଲ ହୋଇଛି। କିନ୍ତୁ ଏବେ ତାଙ୍କ ଫସଲରେ ଚକଡ଼ା ରୋଗପୋକ ଆରମ୍ଭ ହୋଇଯାଇଛି। ଶନିବାର ସେ ପ୍ରଭାବିତ ଫସଲରେ କୀଟନାଶକ ସିଞ୍ଚନ କରିବେ ବୋଲି କହିଛନ୍ତି। ନେକାଣ୍ଟି ଆହୁରି କହିଛନ୍ତି, ଆଗରୁ ସରକାର ଚକଡ଼ା ରୋଗ ଦମନ ପାଇଁ ରିହାତିରେ କୀଟନାଶକ ଯୋଗାଇ ଦେଉଥିଲେ। ମାତ୍ର ଏବେ ଆଉ ତାହା ମିଳୁ ନାହିଁ। ବର୍ତ୍ତମାନ ଚକଡ଼ା ରୋଗ ବ୍ୟାପିବା ଆରମ୍ଭ ହୋଇଥିବାରୁ ବେଳ ଥାଉ ଥାଉ ସରକାର ଏହାର ପ୍ରତିକାର ବ୍ୟବସ୍ଥା ସହିତ ରିହାତିରେ ଉଦ୍ଦିଷ୍ଟ କୀଟନାଶକ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ସେହିପରି ଗାଇସୀମା ଗ୍ରାମର ଅନ୍ୟଜଣେ ଚାଷୀ ନିରଞ୍ଜନ ପ୍ରଧାନ କହିଛନ୍ତି, ତାଙ୍କ ଫସଲର କିଛି ଅଂଶରେ ଶୁଖିଲା ଧାନକେଣ୍ଡା ବାହାରିଥିଲା। କୀଟନାଶକ ପ୍ରୟୋଗ ସତ୍ତ୍ୱେ କିଛି ସୁଫଳ ମିଳି ନ ଥିଲା। ମାତ୍ର ଏବେ ତାଙ୍କ ଫସଲରେ ଚକଡ଼ା ରୋଗ ବ୍ୟାପିବା ମଧ୍ୟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ ଧାନ ଫସଲରେ ଚକଡ଼ା ରୋଗ ବ୍ୟାପିବା ନେଇ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସି ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri