ମାଟିମାଆର ପୂଜାର୍ଚ୍ଚନା କଲେ ଚାଷୀ: ପାରମ୍ପରିକ କୃଷି ଉପରେ ଗୁରୁତ୍ୱ

କର୍ଲାମୁଣ୍ଡା(ଡିଏନଏ)୨୩/୪: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ସ. ମାଲପଡା ପଞ୍ଚାୟତ ସରଦାପୁରଠାରେ କର୍ଲାମୁଣ୍ଡା ବ୍ଳକ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ନେଇ ରବିବାର ବ୍ଳକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ କରାଯାଇଛି। ଏହି ଅବସରରେ ମାଟିମାଆର ପୂଜାର୍ଚ୍ଚନା ସହିତ ଅଖିମୁଠି ଅନୁକୂଳ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଆତ୍ମା କମିଟି ଅଧ୍ୟକ୍ଷ ଗୌର କିଶୋର ରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ଳକ୍‌ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ସମ୍ମାନିତ ଅତିଥି ଭାବରେ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ବିଧାୟକ ପ୍ରତିନିଧି ଦୀନବନ୍ଧୁ ସାହୁ, ସ. ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ, ବ୍ଳକ୍‌ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ମୁର୍ମୁ, ଏଓ ଅରୁଣ ଚନ୍ଦ୍ର ପାଢ଼ୀ, ମିଲେଟ ମିଶନ ଏବିପିସି ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଅକ୍ଷୟ ତୃତୀୟା ଦିବସ ପାଳନ ର ଉଦେଶ୍ୟ ଉପରେ ଆଲୋଚନା କରିବା ସହ ଜଳବାୟୁ ସହଣୀ ଚାଷ, କ୍ଷୁଦ୍ର ଶଷ୍ୟ ଚାଷ, ବିହନ ସୁରକ୍ଷା, ମାଟି ସୁରକ୍ଷା ଓ ପାରମ୍ପରିକ ବିହନ ଉପରେ ବିସ୍କୃତ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୃଷକ ସାଥୀ, ଗ୍ରାମ୍ୟ କୃଷି କର୍ମୀ ଓ ଶତାଧିକ ଚାଷୀ ଯୋଗ ଦେଇଥିଲେ।

Share