Categories: ଫୁରସତ

ସ୍ପେସ୍‌ରେ ଧାନ ଚାଷ

ବେଜିଂ: ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଜଣାଯାଉଥିବା ଚାଇନାର ବୈଜ୍ଞାନିକମାନେ ମହାକାଶରେ ଧାନଚାଷ କରିଛନ୍ତି। ଚାଇନା ମହାକାଶଚାରୀମାନେ ଜିରୋ ଗ୍ରାଭିଟେସ୍‌ନାଲ ଲାବୋରେଟରୀରେ ଚାଉଳରୁ ଧାନ ଗଛ ବାହାର କରାଯାଇଛି। ଚାଇନା ଏକାଡେମୀ ଅଫ୍‌ ସାଇନ୍ସ (ସିଏଏସ୍‌) ପକ୍ଷରୁ ଏ ନେଇ ବିସ୍ତୃତ ବିରରଣୀ ପ୍ରଦାନ କରାଯାଇଛି। ଚାଉଳକୁ ବ୍ୟବହାର କରି ଚାଇନା ମହାକାଶଚାରୀମାନେ ଧାନ ଗଛ ବାହାର କରିଛନ୍ତି। ଲାବ୍‌ରେ ବିକଶିତ କରାଯାଇଥିବା ଧାନ ଗଛର ଲମ୍ବ ୩୦ ସେଣ୍ଟିମିଟର ରହିଛି। ମହାକାଶରେ ଗଛ ଲାଗିପାରିବ କି ନାହିଁ ସେ ନେଇ ଚାଇନା ବୈଜ୍ଞାନିକମାନଙ୍କ ପକ୍ଷରୁ ଏହି ସ୍ବତନ୍ତ୍ର ପ୍ରକାର ଅଧ୍ୟୟନ କରାଯାଇଛି, ଯାହା ଆଗାମୀ ଦିନରେ ମହାକାଶଚାରୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।

Share