ବନ୍ୟା ପାଣିରେ ବୁଡ଼ିଲା ଚାଷଜମି

ବରୀ,୪ା୮(ମହେନ୍ଦ୍ର ସ୍ବାଇଁ): ଲଗାଣ ବର୍ଷା ଯୋଗୁ ଦୁଧେଇ ନଦୀରେ ବନ୍ୟା ଆସିବାରୁ ବରୀ ଅଞ୍ଚଳ ପ୍ରଭାବିତ ହୋଇଛି। ବରୀ-କଳାମାଟିଆ ରାସ୍ତାର ବାଲିବିଲସ୍ଥିତ ସାଇ ମନ୍ଦିର ନିକଟରେ ପାଣି ପ୍ରବାହିତ ହେବା ଯୋଗୁ ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଚାଷୀ ଅକ୍ଳାନ୍ତ ପରିଶ୍ରମ କରି ଧାନ ଫସଲ କରିଥିଲେ। ଚଳିତ ବନ୍ୟା ଯୋଗୁ ତାହା କ୍ଷତିଗ୍ରସ୍ତ ହେବା ଫଳରେ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡିଛି। ବ୍ଲକ୍‌ ଅଧୀନ ଅଙ୍ଗାଳୋ ପଞ୍ଚାୟତର ଡିହବାରିଙ୍ଗ, ବାଲିବିଲ ପଞ୍ଚାୟତର କେଁକରଡ଼ା, କ୍ଷେମେଶ୍ୱର, କୋରଡ଼ାପିପଳ, ବାଲିବିଲ ଓ ଅଲିପୁର ଆଦି ଅଞ୍ଚଳର ଚାଷ ଜମି ପାଣିରେ ବୁଡି ରହିଛି। ସେହିପରି ଭଅଁରା, ବୋଦୁଅ, ରତଳାଙ୍ଗ, ଉଦୟନାଥପୁର ଆଦି ପଞ୍ଚାୟତରେ ମଧ୍ୟ ବନ୍ୟା ପାଣି ପ୍ରବେଶ କରିବା ଯୋଗୁ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଜଳସ୍ତର କ୍ରମଶ ବୃଦ୍ଧି ପାଉଥିବାରୁ ଚାଷୀମାନେ ଅତ୍ୟନ୍ତ ତରବରିଆଭାବେ ନିଜର ପନିପରିବା ତୋଳି କମ୍‌ ଦାମ୍‌ରେ ବିକ୍ରି କରି ଦେଉଥିବା ଦେଖିବାକୁ ମିଳିଛି।

Share