Categories: ଜାତୀୟ

ସଂସଦ ବାହାରେ ଗୀତ ଗାଇଲେ ଫାରୁକ୍‌

ନୂଆଦିଲ୍ଲୀ,୨୩।୧୨: ଲୋକ ସଭା ଏମ୍‌ପି ଫାରୁକ୍‌ ଅବଦୁଲ୍ଲା ଫିଲ୍ମ ‘ମେରା ନାମ ଜୋକର’ର ଏକ ପ୍ରସିଦ୍ଧ ଗୀତ ଗାଇଛନ୍ତି। ଶୁକ୍ରବାର ସଂସଦ ବାହାରେ ଖବରଦାତାଙ୍କ ସହ ଆଲୋଚନା କରୁଥିବା ବେଳେ ଜିନା ୟହାଁ, ମରନା ୟହାଁ…ଇସକେ ସିବା ଜାନା କାହାଁ ଗୀତ ଗାଇ ଭାବପ୍ରବଣ ହୋଇଯାଇଥିଲେ। ଏଥିସହ ଆରଜେଡି ନେତା ଏବି ସିଦ୍ଦିକିଙ୍କ ଏକ ବିବୃତ୍ତକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ସତ୍ୟ ଯେ ଭାରତରେ ଘୃଣା ବଢିଛି, କିନ୍ତୁ ଦେଶ ଛାଡିବା ଏହାର ସମାଧାନ ନୁହେଁ। ଆମକୁ ଏକଜୁଟ ହୋଇ ଘୃଣାକୁ ଶେଷ କରିବାକୁ ପଡିବ। ଯଦି ଦେଶକୁ ବଞ୍ଚାଇବାକୁ ପଡିବ, ତେବେ ଲୋକଙ୍କ ମଧ୍ୟରେ ଭାଇଚାରା ପାଳନ କରିବା ଉଚିତ୍‌।

ନିକଟରେ ରାଷ୍ଟ୍ରୀୟ ଜନତା ଦଳର ବରିଷ୍ଠ ନେତା ଏବି ସିଦ୍ଦିକି ବିଦେଶରେ ରହୁଥିବା ତାଙ୍କ ପୁଅ-ଝିଅଙ୍କୁ କହିଥିଲେ ଯେ, ରହିବା ପାଇଁ ଭାରତ ଆଉ ଠିକ୍‌ ସ୍ଥାନ ନୁହେଁ। ଆମେ ପିଲାମାନଙ୍କୁ କହିବାକୁ ବାଧ୍ୟ ହେଉଛୁ ଯେ, ସେମାନେ ବିଦେଶରେ ରୁହନ୍ତୁ। ଯଦି ସମ୍ଭବ ସେହି ଦେଶର ନାଗରିକତ୍ୱ ଗ୍ରହଣ କରନ୍ତୁ। ତାଙ୍କର ଏହି ବିବୃତ୍ତି ପରେ ଏବି ସିଦ୍ଦିକି ବହୁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ।

 

Share