Categories: ଜାତୀୟ

ଫାରୁକ୍‌ଙ୍କ ଉପରେ ଇଡ଼ି ଛାଟ: ୧୧୩ କୋଟି ଦୁର୍ନୀତି ନେଇ ପଚରାଉଚରା ଆରମ୍ଭ

ନୂଆଦିଲ୍ଲୀ, ୧୯।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଉପରେ ଏବେ ଇଡ଼ିର ଛାଟ ଆରମ୍ଭ ହୋଇଛି। ରାଜ୍ୟର କ୍ରିକେଟ ଆସୋସିଏଶନ୍‌ରେ ଘଟିଥିବା ୧୧୩ କୋଟି ଟଙ୍କାର ଦୁର୍ନୀତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ଫାରୁକ୍‌ଙ୍କୁ ପଚରାଉଚରା କରାଯାଉଛି। ୨୦୧୨ରେ ଏହି ଦୁର୍ନୀତି ସମ୍ପର୍କରେ ଜଣାପଡ଼ିଥିବା କୁହାଯାଉଛି। ଇଡ଼ି ଟିମ୍‌ ତାଙ୍କୁ ଶ୍ରୀନଗରରେ ପଚରାଉଚରା କରିଛନ୍ତି। ଏଥିରେ ୫୦ ଜଣଙ୍କ ସମ୍ପୃକ୍ତି ଥିବା ନେଇ ଏକ ତାଲିକା ଇଡ଼ି ପକ୍ଷରୁ ପ୍ରସ୍ତୁତ କରାଯାଇଛି। ୨୦୧୨ରେ ଏହି ଘଟଣାର ପର୍ଦ୍ଦାଫାଶ୍‌ ହେବାପରେ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନ୍‌ର ତତ୍କାଳୀନ କୋଷାଧ୍ୟକ୍ଷ ମଞ୍ଜୁର ଓ୍ବଜିର ପୂର୍ବତନ ମହାସଚିବ ମହମ୍ମଦ ସଲିମ ଖାଁ ଏବଂ ପୂର୍ବତନ କୋଷାଧ୍ୟକ୍ଷ ଅହସାନ୍‌ ମିର୍ଜାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ୨୦୦୨ଏପ୍ରିଲ୍‌ରୁ ୨୦୧୧ ଡିସେମ୍ବର ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଟଙ୍କା ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନକୁ ଟ୍ରାନ୍ସଫର କରାଯାଇଥିଲା। ଜମ୍ମୁ-କଶ୍ମୀର ହାଇକୋର୍ଟ ପକ୍ଷରୁ ପୋଲିସର ତଦନ୍ତରେ ବିଳମ୍ବ ଏବଂ ବିଶ୍ୱାସନୀୟତାର ଅଭାବ ଦର୍ଶାଇ ୨୦୧୭ ମାର୍ଚ୍ଚ ୯ରେ ଏହି ମାମଲାର ତଦନ୍ତ ଭାର ସିିବିଆଇକୁ ପ୍ରଦାନ କରାଯାଇଥିଲା।

 

Share