Categories: ଜାତୀୟ

କାର୍ଯ୍ୟାଳୟରେ ଏସଡିଓ ଲଗାଇଲେ ଓସାମା ବିନ ଲାଦେନଙ୍କ ଫଟୋ, ତଳେ ଲେଖିଲେ ବିଶ୍ୱର ସର୍ବଶ୍ରେଷ୍ଠ ଜୁନିୟର ଇଞ୍ଜିନିୟର

ଫରୁଖାବାଦ,୧ ।୬: ଉତ୍ତର ପ୍ରଦେଶର ଫରୁଖାବାଦ ବିଦ୍ୟୁତ ବିତରଣ ନିଗମର ଜଣେ ଏସଡିଓ ନିଜ କାର୍ଯ୍ୟାଳରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ବାବା ସାହେବ ଆମ୍ବେଦକର, ମହାତ୍ମା ଗାନ୍ଧୀଙ୍କୁ ବାଦ ଦେଇ ଓସାମା ବିନ ଲାଦେନଙ୍କ ଫଟୋ ଲଗାଇ ଆସିଛନ୍ତି ଚର୍ଚ୍ଚାକୁ । ଏକଥା ବିଭାଗୀୟ ଅଧିକାରୀମାନେ ଜାଣିଥଲେ ବି ଏସଡିଓଙ୍କ ଭାଷାକୁ ଭୟ କରି ଏ ସମ୍ପର୍କରେ କେହି ଆପାତ୍ତି ଉଠାଇ ନ ଥିବା ଜଣାପଡିଛି ।
ଏସଡିଓ ଓସାମା ବିନ ଲାଦେନଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଜୁନିୟର ଇଞ୍ଜିନିୟର ଭାବରେ ନାମିତ କରିଛନ୍ତି । ଏବେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ, ଓସାମା ବିନ ଲାଦେନଙ୍କ ଏହି ଫଟୋ ନବାବଗଞ୍ଜ ଏସଡିଓ ରବିନ୍ଦ୍ର ପ୍ରକାଣ ଗୌତମ ତାଙ୍କ କାର୍ଯ୍ୟାଳୟରେ ଲଗାଇଛନ୍ତି । ସେ ଓସାମା ବିନ ଲାଦେନଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଜୁନିୟର ଇଞ୍ଜିନିୟର ଭାବେ ବିବେଚନା କରିଛନ୍ତି ।

Share