ଫ୍ୟାଶନ ଟିପ୍‌ସ

ଋତୁ ଅନୁସାରେ ସବୁବେଳେ ଫ୍ୟାଶନ ଟ୍ରେଣ୍ଡ ବି ବଦଳିଥାଏ। ଏବେ ଖରାଦିନ ଆସିଯାଇଥିବାରୁ
ଫ୍ୟାଶନ ଟ୍ରେଣ୍ଡରେ ଅପଡେଟ୍‌ ରହିବାପାଇଁ ଜାଣି ରଖନ୍ତୁ କିଛି ଟିପ୍ସ..

ସମର ଫ୍ୟାଶନରେ ଫ୍ଲୋରାଲ ପ୍ରିଣ୍ଟର ଚାହିଦା ବହୁତ ରହିଥାଏ। ତେଣୁ ବାହାରକୁ ଯାଉଥିଲେ କିମ୍ବା କୌଣସି ଟ୍ରିପରେ ଯାଉଥିଲେ ଆଖି ବନ୍ଦ କରି ଯେକୌଣସି ପ୍ରକାରର ଫ୍ଲୋରାଲ ପ୍ରିଣ୍ଟ ପିନ୍ଧନ୍ତୁ, ଷ୍ଟାଇଲିସ୍‌ ଦେଖାଯିବେ।
ଫ୍ଲୋରାଲ ପ୍ରିଣ୍ଟ ସହିତ ନାଚୁରାଲ ବେବି ହେୟାର ଷ୍ଟାଇଲ୍‌ କରନ୍ତୁ ଭଲ ଲାଗିବ।
ସ୍କର୍ଟ ଏବଂ ପ୍ଲାଜୋ ମଧ୍ୟ ଏହି ସିଜନରେ ବେଶ୍‌ ଭଲ ମାନିବ। ତେଣୁ ଯେକୌଣସି ପ୍ରକାରର ଟପ୍‌ ସହିତ ସ୍କର୍ଟ କିମ୍ବା ପ୍ଲାଜୋ ପିନ୍ଧନ୍ତୁ।
ଯେକୌଣସି ଡ୍ରେସରେ ଷ୍ଟାଇଲିସ୍‌ ଦେଖାଯିବା ପାଇଁ ହେଲେ ଡ୍ରେସ ଉପରେ ଛୋଟ ଜ୍ୟାକେଟ୍‌ ପିନ୍ଧନ୍ତୁ। ଷ୍ଟାଇଲିସ୍‌ ଲାଗିବେ।
ଟ୍ରାଡିଶନାଲ ଫଙ୍କ୍‌ସନ୍‌ ହେଉ କି ଇଭେଣ୍ଟ ହେଉ ଫ୍ୟାଶନ ଟ୍ରେଣ୍ଡରେ ଶାଢି ସବୁଠୁ ଭଲ ଅପସନ୍‌। ଏହି ଫ୍ୟାଶନ କେବେ ପୁରୁଣା ହୁଏନି। ତେଣୁ କେବେକେବେ ଶାଢି ସହିତ ହେଭି ଜୁଏଲେରି ମେକଅପ୍‌ ନିଅନ୍ତୁ, ପରଫେକ୍ଟ ଲୁକ୍‌ ମିଳିବ।
ଯଦି ସିମ୍ପଲ ଡିଜାଇନ୍‌ ଡ୍ରେସ ପିନ୍ଧୁଛନ୍ତି ତେବେ ସେହିଭଳି ଟ୍ରାଡିଶନାଲ ହେୟାର ଷ୍ଟାଇଲ୍‌ କରନ୍ତୁ।