ଏବେ ସମସ୍ତଙ୍କ ଲାଇଫ୍ ଷ୍ଟାଇଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ମାସ୍କ। ସୁରକ୍ଷା ନିମନ୍ତେ ସମସ୍ତେ ମାସ୍କ ପିନ୍ଧୁଛନ୍ତି। ତେବେ ଫେସ୍ମାସ୍କ ପିନ୍ଧିବା ସମୟରେ କିଛି କଥାପ୍ରତି ଧ୍ୟାନ ଦେଲେ ଆପଣ ମଧ୍ୟ ଫ୍ୟାଶନେବଲ ଲାଗିବେ।
ଆଧୁନିକ ସମୟରେ ଧୀରେ ଧୀରେ ମାସ୍କ ପିନ୍ଧିବା ମଧ୍ୟ ଫ୍ୟାଶନ ଟ୍ରେଣ୍ଡ ହେଲାଣି। ତେଣୁ ଷ୍ଟାଇଲିଶ୍ ଦେଖାଯିବା ପାଇଁ ଆପଣ ମଧ୍ୟ ମାସ୍କ ପିନ୍ଧିବା ସମୟରେ ଠିକ୍ ନିଷ୍ପତ୍ତି ନିଅନ୍ତୁ।
ନିଜ ପୋଷାକ ସହିତ ମ୍ୟାଚିଂ କରି ମାସ୍କ ପିନ୍ଧନ୍ତୁ। ଏହା ଫଳରେ ଆପଣ ଅଧିକ ଷ୍ଟାଇଲିଶ୍ ଲାଗିବେ।
ଉତ୍ସବରେ ଲଗାଇବା ପାଇଁ ଏବେ କନ୍ୟାମାନଙ୍କ ପାଇଁ ସ୍ବତନ୍ତ୍ରଭାବେ ଲେହେଙ୍ଗା ସହିତ ମ୍ୟାଚିଂ ମାସ୍କ ମଧ୍ୟ ମିଳୁଛି। ତେଣୁ ନିଜ ପୋଷାକ ଅନୁସାରେ ବ୍ରାଇଡାଲ୍ ମାସ୍କ ଆଣି ପିନ୍ଧନ୍ତୁ।
ଅବସରରେ ଯୋଗଦେବାକୁ ଯାଉଥିଲେ ପରିବେଶ ଅନୁକୂଳ ମାସ୍କ ଲଗାନ୍ତୁ।
ଟ୍ରେଣ୍ଡରେ ଏବେ ପ୍ରିଟେଣ୍ଡ ମାସ୍କ ସହିତ, ଫ୍ଲୋରାଲ୍ ମାସ୍କ, ଚେକ୍ ଆଣ୍ଡ ଷ୍ଟ୍ରାଇପ୍ ମାସ୍କ, ମୋନୋଟୋନ୍ ମାସ୍କ ଆଦି ଅଧିକ ବ୍ୟବହାର କରାଯାଉଛି। ତେଣୁ ଆପଣ ନିଜର ପସନ୍ଦ ଅନୁସାରେ ଏସବୁ ମାସ୍କ ବ୍ୟବହାର କରି ନିଜକୁ ଫ୍ୟାଶନ୍ ଟ୍ରେଣ୍ଡରେ ସାମିଲ୍ କରିପାରିବେ।