Categories: ଖେଳ

ଶନିବାର ପାକିସ୍ତାନ-ନ୍ୟୁଜିଲାଣ୍ଡ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌: ଦଳରେ ସାମିଲ ହେଲେ ଡେଙ୍ଗା ଫାଷ୍ଟ ବୋଲର ଜେମିସନ

ନୂଆଦିଲ୍ଲୀ,୨ା୧୧: ନ୍ୟୁଜିଲାଣ୍ଡର ଦୁଇ ପେସ୍‌ ବୋଲରଙ୍କ ସମେତ ୫ ଖେଳାଳି ଆଘାତଜନିତ ସମସ୍ୟାରେ ରହିଛନ୍ତି। ଏଭଳି ସ୍ଥିତିରେ ଆଘାତ ପ୍ରାପ୍ତ ମ୍ୟାଟ ହେନ୍‌ରୀଙ୍କ ସ୍ଥାନରେ ଡେଙ୍ଗା ଫାଷ୍ଟ ବୋଲର କାଇଲ ଜେମିସନଙ୍କୁ ଦଳରେ ସାମିଲ କରାଯାଇଛି।

ଆଘାତପ୍ରାପ୍ତ ଥିବା ହେନ୍‌ରୀ ଶନିବାର ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଉପଲବ୍ଧ ହେବେ କି ନାହିଁ ସେ ନେଇ ସନ୍ଦେହ ରହିଛି। ୬.୮ ପୁଟ୍‌ ଉଚ୍ଚତା ବିଶିଷ୍ଟ ଜେମିଶନ ଗୁରୁବାର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ନିୟମିତ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ବୃଦ୍ଧାଙ୍ଗୁଳିରେ ସମସ୍ୟା ରହିଥିବା ବେଳେ ଲୋକି ଫର୍ଗୁସନଙ୍କ ପାଦରେ ଏବଂ ମାର୍କ ଚାପମ୍ୟାନଙ୍କର ଆଘାତ ଲାଗିଛି। ହେନ୍‌ରୀଙ୍କ ଡାହାଣ ହାମଷ୍ଟ୍ରିଙ୍ଗ ଇଞ୍ଜୁରି ହୋଇଛି।

Share