Categories: ଖେଳ

ଡ୍ୟୁକ୍‌ ବଲରେ ଅଭ୍ୟାସ କରିବେ ଦ୍ରୁତ ବୋଲର

ଅହମଦାବାଦ,୧୪ା୩: ଆଇପିଏଲ୍‌ ସମୟରେ ଦ୍ରୁତ ବୋଲର ମାନେ ଡ୍ୟୁକ୍‌ ବଲ୍‌ରେ ଅଭ୍ୟାସ କରିବେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଯେଉଁ ଫ୍ରାଞ୍ଚାଇଜିରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲୁୃଟିସି) ଭାରତୀୟ ଦଳର ଖେଳାଳି ଥିବେ ସେମାନଙ୍କ ଅଭ୍ୟାସ ପାଇଁ ଡ୍ୟୁକ୍‌ ବଲ୍‌ ଯୋଗାଇ ଦିଆଯିବ। ଡବ୍ଲ୍ୟୁଟିସି ଫାଇନାଲ ଡ୍ୟୁକ୍‌ ବଲରେ ଖେଳା ଯାଉଥିବାରୁ ଏଭଳି ପଦକ୍ଷେପ ନିଆଯିବ। ଯେଉଁ ଖେଳାଳି ମାନେ ଆଇପିଏଲ ପ୍ଲେ ଅଫ୍‌ରେ ସାମିଲ ନ ଥିବେ ସେମାନେ ଦୁଇ ସପ୍ତାହ ପୂର୍ବରୁ ଲଣ୍ଡନରେ ଏକ କଣ୍ଡିସନିଂ କ୍ୟାମ୍ପରେ ଯୋଗ ଦେବେ। ମେ ୨୯ ତାରିଖରେ ଆଇପିଏଲ୍‌ ଫାଇନାଲ ଖେଳା ଯିବାକୁ ଥିବା ବେଳେ ଜୁନ୍‌ ୭ ତାରିଖରେ ଡବ୍ଲ୍ୟୁଟିସି ଫାଇନାଲ ଅନୁଷ୍ଠିତ ହେବ। କୋଭିଡ୍‌ ସଙ୍କଟ ନଥିବାରୁ ଆଇପିଏଲ୍‌ ପୁରୁଣା ଫର୍ମାଟରେ ଖେଳାଯିବ। ତେଣୁ ଖେଳାଳି ମାନଙ୍କୁ ଅଧିକ ଭ୍ରମଣ କରିବାକୁ ପଡିବ ଯାହା ଚାପ ସୃଷ୍ଟି କରିବ।

Share