Categories: ବାଣିଜ୍ୟ

ଏସ୍‌ଭିବିର ୪୯% ଅଧିଗ୍ରହଣ କରିବ ଫାଷ୍ଟ ସିଟିଜେନ୍ସ

ନୂଆଦିଲ୍ଲୀ,୨୮।୩: ବିଗତ କିଛି ଦିନ ହେବ ସାରା ବିଶ୍ୱରେ ସିଲିକନ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି)ର ଆର୍ଥିକ ସଂକଟକୁ ନେଇ ଚର୍ଚ୍ଚା ଜାରି ରହିଛି। ଏପରିକି ଏସଭିବି ପାଇଁ ବିଶ୍ୱ ଅର୍ଥନୀତିରେ ମଧ୍ୟ ମାନ୍ଦାବସ୍ଥା ସୃଷ୍ଟି ହେବାକୁ ଯାଉଛି। ଏହାରି ମଧ୍ୟରେ ସୋମବାର ଏସଭିବିର ଅଂଶଗ୍ରହଣ କ୍ରୟ କରିବାକୁ ବହୁ ରାଷ୍ଟ୍ରୀୟ ବ୍ୟାଙ୍କ ଫାଷ୍ଟ ସିଟିଜେନ୍ସ ଆଗ୍ରହ ପ୍ରକାଶ କରିଛି। ଏପରିକି ଏସଭିବିର ପ୍ରାୟ ୪୯% ଅଂଶଧନ କିଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଶେଷ କରି ଉକ୍ତ ବ୍ୟାଙ୍କକୁ ଆର୍ଥିକ ସଂକଟରୁ ବାହାର କରିବା ପାଇଁ ଫାଷ୍ଟ ସିଟିଜେନ୍ସ ବ୍ୟାଙ୍କ ଫେଡେରାଲ ଡିପୋଜିଟ୍‌ ଇନସ୍ୟୁରାନ୍ସ କର୍ପୋରେଶନଠାରୁ କିଣି ନେଇଛି ବୋଲି ଚର୍ଚ୍ଚା ହେଉଛି। ଏ ନେଇ ଫେଡେରାଲ ଡିପୋଜିଟ୍‌ ଇନସ୍ୟୁରାନ୍ସ କର୍ପୋରେଶନ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏହା ସହ ଫାଷ୍ଟ ସିଟିଜେନ୍ସ ବ୍ୟାଙ୍କ ଏବଂ ଟ୍ରଷ୍ଟ କମ୍ପାନୀ ସିଲିକନ ଭ୍ୟାଲି ବ୍ୟାଙ୍କର ସମସ୍ତ ଡିପୋଜିଟ୍‌ ଏବଂ ଲୋନକୁ କିଣିବା ପାଇଁ ରାଜି ହୋଇଥିବା ଜଣାପଡିଛି। ଫଳରେ ଏଫଡିଆଇସି ନିଜ ବୟାନରେ କହିଛି ଯେ, ମାର୍ଚ୍ଚ ୨୭ରେ ସିଲିକନ ଭ୍ୟାଲି ବ୍ରିଜ ବ୍ୟାଙ୍କ, ନ୍ୟାଶନାଲ ଆସୋସିଏଶନର ୧୭ ଶାଖା ଫାଷ୍ଟ ସିଟିଜେନ୍ସ ନାଁରେ ଖୋଲିବ। ଅପରପକ୍ଷରେ ସିଲିକନ ଭ୍ୟାଲି ବ୍ୟାଙ୍କର ଗ୍ରାହକ ଉକ୍ତ ବ୍ରାଞ୍ଚଗୁଡିକର ଉପଯୋଗ କରିପାରିବେ। ତେବେ ଏଥିପାଇଁ ଫାଷ୍ଟ ସିଟିଜେନ୍ସରୁ ମିଳିଥିବା ନୋଟିସର ଆବଶ୍ୟକତା ପଡିବ। ଏହା ସହ ଉକ୍ତ ବୟାନରେ ଏହା ମଧ୍ୟ କୁହାଯାଇଛି, ଏହାର ଅନ୍ୟ ବ୍ରାଞ୍ଚଗୁଡିକରେ ବ୍ୟାଙ୍କିଙ୍ଗ ସର୍ଭିସ୍‌ ଅନୁମତି ଦେବା ପାଇଁ ସିଷ୍ଟମରେ ମଧ୍ୟ ପରିବର୍ତ୍ତନ ହୋଇସାରିଛି। ବିଶେଷ କରି ୨୦୨୩ ମାର୍ଚ୍ଚ ୧୦ର ଡାଟା ଅନୁସାରେ ସିଲିକନ ଭ୍ୟାଲି ବ୍ୟାଙ୍କର ମୋଟ ସମ୍ପତ୍ତି ୧୬୭ ବିଲିୟନ ଡଲାର ରହିଥିଲା। ଏହାର ମୋଟ ଡିପୋଜିଟ୍‌ ୧୧୯ ବିଲିୟନ ଡଲାର ରହିଥିଲାବେଳେ ଏଥିରେ ୭୨ ବିଲିୟନ ଡଲାରର ସମ୍ପତ୍ତି କିଣା ସାମିଲ ରହିଛି, ଯାହା ଉପରେ ୧୬.୬ ବିଲିୟନ ଡଲାରର ରିହାତି ରହିଛି। ସେହିପରି ଏଫଡିଆଇସି ପାଖରେ ପ୍ରାୟ ୯୦ ବିଲିୟନ ଡାଲର ସିକ୍ୟୁରିଟିଜ୍‌ ଏବଂ ରିସିଭରଶିପ୍‌ ରହିଛି। ଫଳରେ ଫେଡେରାଲ ରିଜର୍ଭ ଡାଟା ଅନୁସାରେ ୨୦୨୨ର ଶେଷ ସୁଦ୍ଧା ସମ୍ପତ୍ତି ମାମଲାରେ ଫାଷ୍ଟ ସିଟିଜେନ୍ସ ଆମେରିକାର ୩୦ ତମ ସର୍ବବୃହତ ବ୍ୟାଙ୍କ ଅଟେ।

Share