କେତେକ ବ୍ୟକ୍ତି ତରତର ହୋଇ ଖାଦ୍ୟ ଖାଇଥାଆନ୍ତି। ହେଲେ ଏହାର ପ୍ରଭାବ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଏକ ସର୍ଭେରୁ ଜଣାପଡିଛି। ‘ଶୀଘ୍ର ଖାଇବା ଏବଂ କାର୍ଯ୍ୟଦକ୍ଷତା’ ବିଷୟକୁ ନେଇ ୟୁନିଭର୍ସିଟି ଅଫ ସିଡ୍ନୀର ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ସେମାନେ ଦୁଇ ଭାଗରେ ବିଭକ୍ତ କରିଥିଲେ। ସର୍ଭେ ସମୟରେ ଜଣାପଡିଥିଲା ଯେ, ଯେଉଁମାନେ ସାଧାରଣ ଭାବରେ ଖାଦ୍ୟ ଖାଉଛନ୍ତି ସେମାନଙ୍କର କାର୍ଯ୍ୟଦକ୍ଷତା ପୂର୍ବଭଳି ରହୁଛି। କିନ୍ତୁ ଯେଉଁମାନେ ତରତର ହୋଇ ଖାଉଛନ୍ତି ସେମାନଙ୍କର କାର୍ଯ୍ୟଦକ୍ଷତା ଏହାଦ୍ୱାରା କେତେକାଂଶରେ ପ୍ରଭାବିତ ହେଉଛି।