‘ବିଜୟ ୬୯’ ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ,୪।୫: ନିଜର ଜବରଦସ୍ତ ଅଭିନୟରେ ଚର୍ଚ୍ଚାରେ ରହୁଥିବା ଅନୁପମ ଖେର ପୁଣି ଥରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ପ୍ରସ୍ତୁତ ହେଲେଣି। ଖୁବ ଶୀଘ୍ର ତାଙ୍କ ନୂଆ ଚଳଚ୍ଚିତ୍ର ‘ବିଜୟ ୬୯’ ରିଲିଜ ହେବାକୁ ଯାଉଛି। ଅନୁପମଙ୍କ ଏହି ଫିଲ୍ମର ଫାଷ୍ଟ୍‌ ଲୁକ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଅନୁପମ ଖେର ଏକ ଭିନ୍ନ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ଓଟିଟିରେ ମୁକ୍ତିଲାଭ କରିବାକୁ ଯାଉଛି।
ଫିଲ୍ମରେ ‘ବିଜୟ ୬୯’ରେ ଅନୁପମ ୬୯ବର୍ଷ ବୟସରେ ଟ୍ରାୟଏଥଲାନ ପ୍ରତିଯୋଗିତାରେ ଭାଗନେବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଷୟ ରାୟ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି।

Share