Categories: ଜାତୀୟ

ଭାରତରେ ଦେଖାଯାଇ ନାହିଁ ନୂଆ କୋଭିଡ୍‌ ଷ୍ଟ୍ରେନ: କେନ୍ଦ୍ର

ନୂଆଦିଲ୍ଲୀ,୨୨।୧୨: ୟୁନାଇଟେଡ୍‌ କିଙ୍ଗଡମ(ୟୁକେ)ରୁ ଆରମ୍ଭ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ ଏପର୍ଯ୍ୟନ୍ତ ଭାରତରେ ଦେଖାଦେଇ ନାହିଁ। ଏଣୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି। କୋଭିଡ୍‌-୧୯ର ନୂଆ ଷ୍ଟ୍ରେନ ଅତିକମ୍‌ରେ ୭୦ ପ୍ରତିଶତ ଅତି ସହଜରେ ବ୍ୟାପୁଛି, ଯାହାକି ବଢ଼ାଇଛି ପୂରା ବିଶ୍ୱର ଚିନ୍ତା।
ବ୍ରିଟେନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଶଙ୍କା କରାଯାଉଛି, ପ୍ରଥମ କୋଭିଡ୍‌-୧୯ ପାଇଁ ପ୍ରସ୍ତୁତ ଭାକ୍‌ସିନ ପରିବର୍ତ୍ତିତ ଭାଇରସ ଉପରେ କାମ ଦେବ ନାହିଁ।

କୋଭିଡ୍‌-୧୯ର ନୂଆ ଷ୍ଟ୍ରେନ ଭାରତରେ ଏପର୍ଯ୍ୟନ୍ତ ଦେଖାଦେଇ ନାହିଁ। ଆମ ଦେଶ କିମ୍ବା ଅନ୍ୟ ଦେଶରେ ପ୍ରସ୍ତୁତ ଟୀକା ନୂଆ ଭାଇରସ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ ବୋଲି ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ସଦସ୍ୟ ଡ. ଭିକେ ପଲ କହିଛନ୍ତି।

Share