Categories: ଖେଳ

ବିଶ୍ୱକପରେ ଦ୍ରୁତତମ ଶତକ

ନୂଆଦିଲ୍ଲୀ,୫ା୧୦: ଦିନିକିଆ କ୍ରିକେଟ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରି ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିବା ନ୍ୟୁଜିଲାଣ୍ଡର ରଚିନ୍‌ ରବୀନ୍ଦ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଲାଗି ରହିଛି। ରଚିନ୍‌ଙ୍କ ପିତା ରବି କ୍ରିଷ୍ଣମୂର୍ତ୍ତି ବେଙ୍ଗାଲୁରୁର ବାସିନ୍ଦା। ସଫ୍ଟଓ୍ବେୟାର ଇଞ୍ଜିନିୟର ଭାବରେ ସେ ନ୍ୟୁଜିଲାଣ୍ଡରେ କାମ କରୁଥିବା ବେଳେ ରଚିନ୍‌ଙ୍କ ଜନ୍ମ। ରବି ଉଭୟ ରାହୁଲ ଡ୍ରାଭିଡ୍‌ ଓ ସଚିନ୍‌ ତେନ୍ଦୁଲକରଙ୍କ ବଡ ଫ୍ୟାନ୍‌ ରହିଥିବା ବେଳେ ଉଭୟଙ୍କ ନାମକୁ ମିଶାଇ ନିଜ ଶିଶୁର ନାମ ରଚିନ୍‌ ରଖିଥିଲେ। ୨୩ ବର୍ଷ ୩୧୨ ଦିନରେ ନିଜର ପ୍ରଥମ ବିଶ୍ୱକପ ମ୍ୟାଚ୍‌ ଖେଳିଥିବା ରଚିନ୍‌ ଅପରାଜିତ ୧୨୩ ରନ୍‌ ସ୍କୋର କରିଥିବା ବେଳେ ବୋଲିଂରେ ନେଇଥିଲେ ଗୋଟିଏ ଉଇକେଟ। ୨୦୨୧ରେ ନ୍ୟୁଜିଲାଣ୍ଡ ପାଇଁ ପଦାର୍ପଣ କରିଥିବା ରଚିନ୍‌ ବିଶ୍ୱକପରେ ଦ୍ରୁତତମ ଖେଳାଳି ଭାବରେ ଶତକ ଅର୍ଜନ କରିଛନ୍ତି।

Share