Categories: ଫୁରସତ

ମୋଟା ଲୋକଙ୍କୁ ଭରିବାକୁ ପଡ଼େ ଜରିମାନା

ଟୋକିଓ: ଅନେକ ଲୋକ ଖାଇବାକୁ ନେଇ ଏତେ ଚିନ୍ତାରେ ନ ଥାନ୍ତି। ସେଥିପାଇଁ ଖାଦ୍ୟ ଖାଇବା ସହିତ ତାଙ୍କ ଓଜନ ବଢ଼ିବାକୁ ଲାଗିଥାଏ। ହେଲେ ଜାପାନରେ ମୋଟା ହେଲେ ଜରିମାନା ଭରିବାକୁ ପଡ଼ିଥାଏ। ଏପରି କି ଅଧିକ ମୋଟା ହେଲେ ଚାକିରିରୁ ମଧ୍ୟ ବିଦା ହେବାକୁ ପଡ଼ିଥାଏ। ଲୋକଙ୍କ ମୋଟାପଣକୁ ନେଇ ଏଠାରେ କଟକଣା ଲଗାଇ ଦିଆଯାଇଛି। ସେଥିପାଇଁ ସେଠାକାର ଲୋକେ ଲହୁଣି, ଚିଜ୍‌ ଖାଇବାକୁ ପସନ୍ଦ କରନ୍ତିନି କି ମିଠା ମଧ୍ୟ ସବୁବେଳେ ଖାଆନ୍ତିନି। ଏଥିପାଇଁ ଜାପାନ ଲୋକେ ସବୁଠାରୁ ସୁସ୍ଥ ବ୍ୟକ୍ତି ଭାବେ ଗଣାଯାଆନ୍ତି। ଜାପାନ ସରକାର ତାଙ୍କ ଦେଶର ନାଗରିକଙ୍କୁ ଫିଟ୍‌ ରଖିବା ପାଇଁ ୨୦୦୮ରେ ଏକ ଅଭିଯାନ ଚଳାଇଥିଲେ। ସେଠାର ସରକାରୀ ଓ ବେସରକାରୀ କମ୍ପାନୀରେ କାର୍ଯ୍ୟରତ ୪୦ରୁ ୭୪ ବର୍ଷୀୟ ବ୍ୟକ୍ତିଙ୍କ ଅଣ୍ଟାର ମାପ ନିଆଗଲା। ଇଣ୍ଟରନ୍ୟାଶନାଲ ଡାଇବେଟିକ୍‌ ଫେଡେରେଶନ ମୁତାବକ, ବ୍ୟକ୍ତିଙ୍କ ଅଣ୍ଟାର ମାପ ୩୩.୫ ସେ.ମି.ଏବଂ ମହିଳାଙ୍କ ଅଣ୍ଟାର ମାପ ୩୫.୪ରୁ ଅଧିକ ହୋଇଥିଲେ, ସେମାନେ ଜାପାନରେ ମୋଟାରେ ଗଣାଯାଆନ୍ତି। ଜାପାନରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଗଲା। ଯଦି କୌଣସି କମ୍ପାନୀରେ ମୋଟା ବ୍ୟକ୍ତି ଥା’ନ୍ତି, ସେମାନଙ୍କୁ ପ୍ରଥମେ ଡାଏଟ୍‌ ଚାଟ୍‌ ଦିଆଯାଇଥାଏ। ପରେ କିଛି ମାସ ମଧ୍ୟରେ ପୁଣି ସେମାନଙ୍କ ମାପ କରାଯାଏ। ଯଦି ସେଥିରେ ତାଙ୍କ ମୋଟାପଣ ଦୂର ହୋଇଥାଏ, ତେବେ ସେମାନେ ଖୁସିରେ କମ୍ପାନୀରେ କାମ କରିଥାନ୍ତି। ଯେଉଁମାନଙ୍କ ମୋଟାପଣ ଦୂର ହୋଇ ନ ଥାଏ, ସେମାନଙ୍କୁ ଜରିମାନା ନ ହେଲେ କମ୍ପାନୀରୁ ବାହାର କରିଦିଆଯାଇଥାଏ।

Share