ବମ୍ବେ: ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ତିନି ମାସ ପରେ ମୋଟା ହୋଇଯିବାକୁ ନେଇ ଟ୍ରୋଲ ହୋଇଥିଲେ ହରନାଜ୍ ସାନ୍ଧୁ। ଟ୍ରୋଲିଂକୁ ନେଇ ସେ କଡ଼ା ଜବାବ ମଧ୍ୟ ଦେଇଥିଲେ। ହେଲେ ଏବେ ସେ ପୁଣି ଥରେ ନିଜ ଟ୍ରାନ୍ସଫର୍ମେଶନ୍କୁ ନେଇ ଚର୍ଚ୍ଚାରେ। କାରଣ ଏବେ ଭାଇରାଲ ହେଉଥିବା ତାଙ୍କର କିଛି ଫଟୋରେ ସେ ପୂର୍ବଭଳି ବେଶ ପତଳି ଲାଗୁଛନ୍ତି। ଏହାକୁ ଦେଖି ପ୍ରଶଂସକ ତାଙ୍କୁ ସୁନ୍ଦରୀ ବୋଲି ପ୍ରତିକ୍ରିୟା ଦେଉଛନ୍ତି। ତେବେ ସେଲିଆକ୍ ନାମକ ରୋଗରେ ପୀଡ଼ିତ ଥିବା ଯୋଗୁ ହର୍ନାଜ ମୋଟା ହୋଇଯାଇଥିଲେ। ହେଲେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା।