ଗଞ୍ଜାମ ସହରରେ ୧୩ ଜଣ ବାଣ ବ୍ୟବସାୟୀଙ୍କୁ ବିକ୍ରି ଲାଗି ଅନୁମତି

ଗଞ୍ଜାମ,୧୧।୧୧(ବିଦ୍ୟାଧର ସାହୁ ): ଚଳିତ ବର୍ଷ ଗଞ୍ଜାମ ସହରର ୧୩ ଜଣ ବାଣ ବ୍ୟବସାୟୀଙ୍କୁ ଜିଲା ପ୍ରଶାସନ ବିକ୍ରି ଅନୁମତି ଦେଇଛି । ମାତ୍ର ତିନି ଦିନ ହିଁ ସେମାନେ ବାଣ ବିକ୍ରି କରି ପାରିବେ। ଏଥିସହ ଫୋଟକା ବାଣ ବିକ୍ରିକୁ ନିଷେଧ କରାଯାଇଛି। କେବଳ ଝରଝରି, ବିଭିନ୍ନ କଲର ଦିଆସିଲି, ମାଥାପି, ଚକ୍ରି, ଦଉଡି, କୁମ୍ପି, ରକେଟ, ଆକାଶ ଛତା ଆଦି ବାଣ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଥାନା ଠାରୁ କିଛି ଦୂରରେ ସମସ୍ତ ବାଣ ବେପାରୀଙ୍କୁ ଗୋଟିଏ ସ୍ଥାନରେ ବିକ୍ରି ପାଇଁ ଜାଗା ଦିଆଯାଇଛି। ଜନବସତି ଅଞ୍ଚଳଠାରୁ ଏକ ନିର୍ଜନ ସ୍ଥାନରେ ବାଣ ବଜାର ଖୋଲା ଯାଇଛି ।
ଶନିବାର ସକାଳୁ ବିଭିନ୍ନ ବାଣ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। ଏଥିସହ ବାଣ ଦୋକାନ ଗୁଡିକରେ ଅଗ୍ନି ନିବାପାକ ଯନ୍ତ୍ର ସହ ଦୋକାନ ସମୁଖରେ ବାଲି ଭର୍ତ୍ତି ବାଲଟି ରଖାଯାଇଥିବା ଦେଖିବାକୁ ମିଳିଛି। ଯାହା ଯେ କୌଣସି ଅଘଟଣକୁ ସହଜରେ ଏଡାଇ ଦିଆଯାଇ ପାରିବ ।