ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୬ ଜୀବନ, ୬୬ ଆହତ

ବେଜିଂ,୫।୨: ଚାଇନାର ହୁନାନ ପ୍ରଦେଶରେ ଏକକାଳୀନ ୪୯ ଗାଡି ଧକ୍କାରେ ୧୬ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୬୬ ଜଣ ଆହତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, ହୁନାନ ପ୍ରଦେଶର ଚାଙ୍ଗସାଖା ସହରର ଶୁଚାଙ୍ଗ-ଗୁଆଙ୍ଗଜୋ ରାଜପଥରେ ୧୦ ମିନିଟ୍‌ ମଧ୍ୟରେ ୪୯ଟି ଗାଡି ଧକ୍କା ହୋଇଥିଲା। ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଯାଇଛି, ସେମାନଙ୍କ ମଧ୍ୟରୁ ୮ଜଣ ଗୁରୁତର ଆହତ ହୋଇଛନ୍ତି କିନ୍ତୁ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଏହି ଦୁର୍ଘଟଣାର ମୁକାବିଲା ପାଇଁ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ଏକ ଟାସ୍କଫୋର୍ସ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି।

Share