Categories: ଜାତୀୟ

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୫ଛାତ୍ରଙ୍କ ଜୀବନ

ଚେନ୍ନାଇ,୧୨।୮: ଚେନ୍ନାଇ-ତିରୁପତି ଜାତୀୟ ରାଜପଥ ତିରୁଭେଲର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ସମସ୍ତ ମୃତାହତ ଛାତ୍ର ଏ ବିଶ୍ବବିଦ୍ୟାଳୟର ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ ଏକ କାର୍‌ରେ ୭ଜଣ ଛାତ୍ର ଚେନ୍ନାଇ-ତିରୁପତି ଜାତୀୟ ରାଜପଥରେ ଯାଉଥିବା ବେଳେ ତିରୁଭେଲର ନିକଟରେ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ସମସ୍ତ ଛାତ୍ର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ୫ଜଣ ଛାତ୍ରଙ୍କୁ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି। ଦୁର୍ଘଟଣାରେ କାର ଭାଙ୍ଗି ଚୁରମାର ହୋଇଯାଇଛି।

Share