ପାଣିକୋଇଲିରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା DSPଙ୍କ ଜୀବନ

ଯାଜପୁର,୧୬।୨: ଯାଜପୁର ଜିଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ କାର୍‌କୁ ଧକ୍କା ଦେଇଛି। ଫଳରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲାରେ DSP ଭାବେ କାର୍ଯ୍ୟରତ ବଳରାମ ନାୟକ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରି ନାହିଁ।

ମିଳିଥିବା ସୂଚନା ମୁତାବକ, DSP ବଳରାମ ଏକ କାର୍‌ ଯୋଗେ କେନ୍ଦୁଝର ଘଟଗାଁ ଘରକୁ ଯାଉଥିଲେ। ହେଲେ ଚାନ୍ଦପୁର ଛକ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ କାର୍‌କୁ ଧକ୍କା ଦେଇଥିଲା। ଫଳରେ ବଳରାମ ଏବଂ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବଳରାମଙ୍କୁ ମୃତ୍ୟୁ ଘୋଷଣା କରିଥିବା ସୂଚନା ମିଳିଛି। ପୋଲିସ ଟ୍ରକ୍‌ ଏବଂ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ରେଡିଓ ଷ୍ଟେଶନ

ଭୁବନେଶ୍ୱର,୧୪ା୩: ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ନୂଆ କମ୍ୟୁନିଟି ରେଡିଓ ଷ୍ଟେଶନ ‘ରେଡିଓ ଭୁବନେଶ୍ୱର ୮୯.୨ ଏଫ୍‌ଏମ୍‌- ଦ ଟେମ୍ପଲ ସିଟି ରେଡିଓ’। ଏଫ୍‌ଏମ୍‌ ବ୍ୟାଣ୍ଡ୍‌ର...

‘ସୋସିଆଲ୍ ମିଡିଆରୁ ଦୂରରେ ରହି କଠିନ ପରିଶ୍ରମ’: ଜାଣନ୍ତୁ OJS ପରୀକ୍ଷାରେ କେମିତି ସଫଳତା ହାସଲ କଲେ ରାଜଶ୍ରୀ ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୪।୩: ତୃତୀୟ ପ୍ରୟାସରେ OJS ପରୀକ୍ଷାରେ ସଫଳ ହୋଇଥିବା ରାଜଶ୍ରୀ ପ୍ରିୟଦର୍ଶିନୀ ୯ମ ରାଙ୍କ ହାସଲ କରିଛନ୍ତି। ଏଥିସହିତ ରାଜଶ୍ରୀ ଓଡ଼ିଶାର ଅନେକ ଯୁବକ ଯୁବତୀଙ୍କ...

ହାତୀ ପାଇଁ ରାତି ଉଜାଗର

ସମ୍ବଲପୁର,୧୪।୩: ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ରହିଥିବା ବେଳେ ସମ୍ବଲପୁର ବନାଞ୍ଚଳ ଅଧୀନ ସୁନାତେନପାଲି ଗାଁରେ ଭୟର ବାତାବରଣ ଖେଳି ଯାଇଛି।...

ଅଫିସରୁ ଘରକୁ ଫେରୁଥିଲେ କିରାଣୀ, ଜଙ୍ଗଲ ରାସ୍ତାରେ ମାଡିବସିଲା ଭିଜିଲାନ୍ସ, ଏତେ ଟଙ୍କା ଦେଖି ତାଜୁବ…

ଭଞ୍ଜନଗର/ବୁଗୁଡ଼ା,(ବାବୁଲା ପ୍ରଧାନ/କାଳୀ ଚରଣ ଦାସ): ଗଞ୍ଜାମ ଜିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ ବେଲଗୁଣ୍ଠା ସବ ରେଜିଷ୍ଟର ଅଫିସର କିରାଣୀ ଶ୍ରୀକାନ୍ତ ଡାକୁଆଙ୍କ ଠାରୁ ଗୁରୁବାର ରାତିରେ...

ବାରିପଦାରେ ଚାଞ୍ଚଲ୍ୟ: ଘରେ ପଶି ବ୍ୟବସାୟୀଙ୍କ ବେକ କାଟିଦେଲେ…

ବାରିପଦା,୧୪।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ବ୍ୟବସାୟୀଙ୍କ ବେକକୁ କାଟି ଅତି ନିର୍ମମ ଭାବେ...

ଆଜି ଦୋଳ ପୂର୍ଣ୍ଣିମା: ଘଣ୍ଟଘଣ୍ଟାରେ କମ୍ପୁଛି ମେଳଣ ପଡ଼ିଆ

ଭୁବନେଶ୍ୱର,୧୪ା୩: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶନିବାର ହୋଲି। ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବର ପରିବେଶ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ ସହର...

ରାସ୍ତା ପାର୍‌ ହେଉଥିବାବେଳେ ଶ୍ରମିକଙ୍କ ଉପରେ ଚଢିଗଲା ହାଇଓ୍ବା, ଘଟଣାସ୍ଥଳରେ…

ପାରାଦୀପ ୧୪।୩(ଶରତ ରାଉତ): ପାରାଦୀପ ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥର ଇଫକୋ ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବା...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କଲା ଡଅଁର ସେବା ସମବାୟ ସମିତି

ହାଟଡିହୀ,୧୪।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ସେବା ସମବାୟ ସମିତିର ମ୍ୟାନେଜମେଣ୍ଟ କମିଟିର ବର୍ତ୍ତମାନ ଅବସ୍ଥା/ସ୍ଥିତାବସ୍ଥା ବଜାୟ ରଖିବାକୁ ଗତ ୫ ମାର୍ଚ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image