ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଗାନ୍ଧୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ମଣ୍ଡପ ନିକଟରେ ଟ୍ରକ ଠିଆ ହୋଇଥିବାବେଳେ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଆସୁଥିବା ଏକ ସ୍କୁଟି ଟ୍ରକ ପଛ ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସ୍କୁଟି ଚାଳକ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୂର୍ତ ଘୋଷଣା ଜରିଥିଲେ।

ଖବର ପାଇଁ ପୋଲିସ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିଛି। ମେଡିକାଲରେ ମୃତଦେହ ଜବତ କରିଛି। ଆସନ୍ତାକାଲି ବ୍ୟବଛେଦ ପାଇଁ ପଠାଯିବ ବୋଲି ପୋଲିସ କହିଛି। ପ୍ରାଥମିକ ତଦନ୍ତରୁ ମୃତ ବ୍ୟକ୍ତି ଜଣଙ୍କ କିଶୋରନଗର ଥାନା ଅଧୀନ ସମିତଙ୍ଗା ଗ୍ରାମର ବିଷୁଚରଣ ବାରିକଙ୍କ ପୁଅ ଅନନ୍ତ ବାରିକ (୩୫) ବୋଲି ଜଣାପଡିଛି। ଖବର ଲେଖା ହେବା ବେଳକୁ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଭାଜପା ରାଜ୍ୟ ସଭାପତି

ତିହିଡି,୨।୧୦:ପବିତ୍ର ଗାନ୍ଧୀ ଜୟନ୍ତୀରେ ତିହିଡି ବ୍ଲକ ଅଧୀନ ପିରହାଟ କାଳିପଡିଆସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମାଲ୍ୟାର୍ପଣ କରିଛନ୍ତି। ଭାଜପା...

ଗୋଟିଏ ଗଛରେ ଏକାଠି ଝୁଲିପଡ଼ିଲେ ପ୍ରେମୀଯୁଗଳ: ବଢୁଛି ସନ୍ଦେହ

ଅତାବିରା,୨।୧୦(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ବିନ୍ଧ୍ୟବାସିନୀ ପାହାଡର ଏକ ଖଇର ଗଛରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।...

ପର ହେଲା ପରିବାର, ବରିଷ୍ଠ ନାଗରିକ ନିବାସ ନୂଆ ଜୀବନ

ମହାକାଳପଡ଼ା, ୨/୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):ସମୟ ବଦଳିବା ସାଙ୍ଗକୁ ପରିବାର ପରିବର୍ତ୍ତନ ଦେଖାଦେଉଛି। ଯେଉଁ ମା’ବାପା ଦିନେ ପିଲାଟିକୁ ଜନ୍ମ ଦେଇ ତା’ର ଭବିଷ୍ୟତର ଶୁଭ ଚିନ୍ତନ...

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ...

ବାଣ ଭିଡୁଥିଲାବେଳେ ବିସ୍ଫୋରଣ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲିପୁର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମର ରବୀନ୍ଦ୍ର ଦଳାଇ ୪୮ ବର୍ଷ ସ୍ଥାନୀୟ ଗ୍ରାମର ପର୍ଶୁରାମ ବେହେରାଙ୍କ...

୧୫୫ ତମ ଗାନ୍ଧୀ ଜୟନ୍ତୀ ସମାରୋହ: ପ୍ରତିମୂର୍ତ୍ତି ଉନ୍ମୋଚନ

ବାଲେଶ୍ୱର, ୨।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ଠାରେ ବୁଧବାର ୧୫୫ତମ ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତି ଓ ଶାସ୍ତ୍ରୀ ଜୟନ୍ତୀ...

ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ଛେଚି ପକାଇଲେ

ବୌଦ୍ଧ,୨।୧୦: ଲୁଗାପଟା ଟାଣି ଓଟାରି ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ...

ଶୀତ ପୂର୍ବରୁ ଚିଲିକାରେ ବିଦେଶୀ ପକ୍ଷୀ

ବାଲୁଗଁା,୨ା୧୦(ସଂଗ୍ରାମ ପାଇକରାୟ):ଶୀତ ଆସିବା ପୂର୍ବରୁ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। କେତେକ ବିଦେଶୀ ପକ୍ଷୀ ଘୂରି ବୁଲୁଥିବା ବେଳେ କିଛି ପକ୍ଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri