
ବ୍ରହ୍ମପୁର, ୭।୪,(ବିଦ୍ୟାଧର ସାହୁ ):ଗଞ୍ଜାମ ଥାନା ଅନ୍ତର୍ଗତ ଷୋହଳ ନଂ ଜାତୀୟ ରାଜପଥ ପାର୍ଶ୍ୱ ପୁଇଁତୋଳା ସ୍ଥିତ ଏକ ଚା’ ପାନ ଦୋକାନ ନିକଟରେ ଥିବା ଏକ ଟ୍ରକ ବ୍ରହ୍ମପୁର ପଟୁ ଆସୁଥିବା ଖାଲି ଟ୍ରକକୁ ରବିବାର ବିଳମ୍ବିତ ରାତ୍ରୀରେ ଧକ୍କା ଦେଇଛି l ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ବିସ୍ମୟ ସିଂ ଆହତ ହୋଇଛନ୍ତି l ବିଳମ୍ବିତ ରାତିରେ ଟ୍ରକ ନଂ ଓଡି ୦୭ ଏଜେ ୦୫୩୭କୁ ଡ୍ରାଇଭର ରାସ୍ତାକଡ଼ରେ ଠିଆ କରାଇ ଚା’ ପିଉଥିବା ବେଳେ ସମାନ ଦିଗରୁ ଆସୁଥିବା ଓଡି ୦୨ ବିଓ୍ବାୟୀ ୪୭୮୧ ନମ୍ବରର ଏକ ମିନି ଟ୍ରକ୍ ଦ୍ରୁତ ଗତିରେ ଆସି ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା l ଡ୍ରାଇଭରଙ୍କ ଆଖି ଲାଗିଯିବା ଫଳରେ ଦୁର୍ଘଟଣା ହୋଇଥିବା ଆହତ ଡ୍ରାଇଭର କହିଛନ୍ତି l ଖବର ପାଇ ଗଞ୍ଜାମ ଥାନା ଏଏସଆଇ ସୁପ୍ରଭା ସାହୁ ଘଟଣା ସ୍ଥଳରେ ପହଞ୍ଚିି ଜେସିବି ସାହାର୍ଯ୍ୟରେ ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ରାସ୍ତା ପାର୍ଶରୁ ହଟାଇ ଥିଲା l