ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ଦାଶ ଜେଲ ଗଲେ, ପାଲଟା ଅଭିଯୋଗ ଆଣିଲେ ସ୍ତ୍ରୀ

ବ୍ରହ୍ମପୁର,୧୪ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ସୋମବାର ରାତିରେ ଗିରଫ କରିଥିଲା। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ପିଣ୍ଟୁଙ୍କ ସ୍ତ୍ରୀ ଆଶାଲତା ଦାଶ ପ୍ରଦୀପଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ସ୍ବାମୀ ମତଦାନ କେନ୍ଦ୍ରରେ ଛିଡ଼ା ହୋଇଥିବା ବେଳେ ପ୍ରଦୀପ ତାଙ୍କୁ ଧମକ ଦେବା ସହ ସମର୍ଥକଙ୍କୁ ଜାତିଆଣ କଟୁ ମନ୍ତବ୍ୟ ଦେଇଥିବା ଦର୍ଶାଇଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା କହିଛି।

ପିଣ୍ଟୁଙ୍କୁ ପ୍ରଦୀପ ଧମକ ଦେବା ଓ ସମର୍ଥକଙ୍କୁ ଗାଳି ଦେଇଥିବା ନେଇ ସ୍ତ୍ରୀ ଆଶାଲତାଙ୍କ ଅଭିଯୋଗ ଅନୁଯାୟୀ ନଂ.୧୩୨/୨୪ରେ ମାମଲା ରୁଜୁ ହୋଇଛି। ପ୍ରଦୀପଙ୍କ ଛାତିରେ ଫ୍ୟାକ୍ଚର ହୋଇଥିବା ଓ ସେ କଥା କହିବାରେ କଷ୍ଟ ଅନୁଭବ କରିଥିବା ତାଙ୍କ ସ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଅହିଂସାର ଡିଣ୍ଡିମ ପିଟୁଥିବା ବେଳେ ହିଂସା ଚରମ ସୀମାରେ ପହଞ୍ଚିଛି। ହାରିବା ଭୟରେ ସେମାନେ ତାଟିଆ କାମୁଡୁଛନ୍ତି ବୋଲି କହିଛନ୍ତି।

Share