ନ୍ୟୁ ସାଉଥ ଓ୍ବେଲସରେ ମର୍ମନ୍ତୁଦ ବସ ଦୁର୍ଘଟଣା: ୧୦ ମୃତ, ୧୧ ଆହତ…

ସିଡ୍‌ନୀ,୧୨।୬ : ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ହଣ୍ଟର୍‌ ଅଞ୍ଚଳରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୋମବାର ଅଷ୍ଟ୍ରେଲିଆ ପୋଲିସ ଏହି ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ସିଡନୀର ପ୍ରାୟ ୧୮୦ କିଲୋମିଟର ଉତ୍ତର-ପଶ୍ଚିମ ଗ୍ରେଟା ସହର ନିକଟରେ ରବିବାର ରାତି ପ୍ରାୟ ୧୧ଟା ୩୦ ସମୟରେ ଏହି ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ୧୮ ଜଣ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଏହି ବସରେ ୪୦ ଜଣ ଯାତ୍ରୀ ଥିଲେ। ସେମାନେ ଏକ ବିବାହ ଊତ୍ସବରୁ ଫେରୁଥିଲେ।

ପୋଲିସର ସୂଚନାନୁସାରେ, ବସ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ହେଲିକପ୍ଟର ଯୋଗେ ଡାକ୍ତରଖାନା ନିଆଯାଇଥିଲା।
୫୮ ବର୍ଷୀୟ ବସ ଡ୍ରାଇଭରକୁ ଆଞ୍ଚଳିକ ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ଦୁର୍ଘଟଣାର କାରଣ କଣ ବୋଲି ପୋଲିସ ଅନୁସନ୍ଧାନ କରୁଛି। ଫୋରେନସିକ ଟିମ ଏବଂ ଅନୁସନ୍ଧାନକାରୀ ୟୁନିଟ ଏହାକୁ ବିଶ୍ଳେଷଣ କରିବେ।

Share