Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୦ ଜୀବନ

ମୁମ୍ବାଇ,୧୩।୧: ମହାରାଷ୍ଟ୍ରର ଶିରିଡିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଶିରିଡିି ରାଜପଥରେ ପାଥେର ନିକଟରେ ଏକ ବସ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବସ୍‌ରେ ପ୍ରାୟ ୫୦ ଜଣ ଲୋକ ଥିଲେ।
ନାଶିକ ପୋଲିସ କହିଛ, ଏହି ଦୁର୍ଘଟଣା ନାଶିକ-ଶିରିଡି ରାଜପଥରେ ପାଥେର ନିକଟରେ ଘଟିଛି। ଏହି ବସ୍‌ ସାଇ ବାବାଙ୍କ ଭକ୍ତମାନଙ୍କୁ ନେଇ ଯାଉଥିଲା। ଏହା ପରେ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

Share