ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୧୬ ଜୀବନ, ୨୪ ଆହତ

କାଠମାଣ୍ଡୁ,୬।୧୦: ନେପାଳର ବାରା ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ସଡକ ଦୁର୍ଘଟଣା ବାରା ଜିଲାର ମାଡେଶ ପ୍ରଦେଶରେ ଘଟିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ତେବେ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଚିହ୍ନଟ କରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି। ଆହତ ହୋଇଥିବା ୨୪ ଜଣଙ୍କ ଚିକିତ୍ସା ଚାଲିଛି। ଏହି ବସଟି ଚିତୱାନର ନାରାୟଣଗଡରୁ ବାରାର ପାଥଲୈୟାକୁ ଯାଉଥିଲା। ଏହା ପୂର୍ବ ପଶ୍ଚିମ ରାଜପଥରେ ଏକ ଦୁର୍ଘଟଣାର ଶିକାର ହୋଇଥିଲା।

Share