ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ୩ ଗୁରୁତର

ବଣାଇଁ,୨୯।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଏକ ସ୍କର୍ପିଓ (ଓଡ଼ି୧୪କେ-୦୦୦୨) ଗାଡ଼ିରେ ୫ଜଣ ଯୁବକ ରାଉରକେଲାରୁ ଲହୁଣିପଡ଼ା ଫେରୁଥିଲେ। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ନିକଟରେ ସ୍କର୍ପିଓ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଅପରପାର୍ଶ୍ୱ ରାସ୍ତାରେ ଓଲଟି ପଡିଥିଲା।

ସେତିକିବେଳେ ଅପରପାର୍ଶ୍ୱ ରାସ୍ତାରେ ଆସୁଥିବା ଏକ ହାଇୱା ସ୍କର୍ପିଓକୁ ଧକ୍କା ଦେଇଥିଲା। ଫଳରେ ସ୍କର୍ପିଓ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନା ପଠା ଯାଇଥିଲା। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍କର୍ପିଓଟି ଲହୁଣିପଡ଼ା ଅଞ୍ଚଳର ଜଣେ ଠିକାଦାରଙ୍କ ବୋଲି ଜଣାପଡଛି। ମୃତକ ତାଙ୍କ ଷ୍ଟାଫ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କାଗଜ ପାଇଁ ବହୁସଂଖ୍ୟାରେ ଗଛ ଓ ବାଉଁଶ କଟାଯାଉଛି, ଯାହା ପରିବେଶ ପାଇଁ କ୍ଷତିକାରକ। ତେବେ ଏହାର ସମାଧାନ ବାଟ ପାଇଛନ୍ତି ରୂପଙ୍କର ଭଟ୍ଟାଚାର୍ଯ୍ୟ ଏବଂ...

ନିକୃଷ୍ଟ ବିଚାର

ଆମେରିକା କହୁଛି ବାଣିଜ୍ୟରେ ବିଶ୍ୱ ତାହାକୁ ଲୁଟିଛି ଏବଂ କ୍ଷତିପୂରଣ ଚାହେଁ। ଦେଖିବାକୁ ଗଲେ ଏହି ଲୁଣ୍ଠନ ନିଜେ ଆମେରିକା ଦ୍ୱାରା ହୋଇଛି କାରଣ ଏକ...

ଭୁବନେଶ୍ୱର ବିମାନବନ୍ଦରରେ ୧୨ ଘଣ୍ଟାରୁ ଅଧିକ ସମୟ ଅଟକି ରହିବା ପରେ କ୍ରୁଦ୍ଧ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର,୨୭ା୪: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ଅଟକି ରହିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ...

Video: ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଘରେ ପଶି ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟ୍; ସାମ୍ନାକୁ ଆସିଲା CCTV ଫୁଟେଜ୍

ଭୁବନେଶ୍ୱର,୨୭ା୪: କିଛି ଦିନର ନୀରବତା ପରେ ରାଜଧାନୀ ଭୁବନେଶ୍ୱରରେ ପୁନର୍ବାର ଏକ ବଡ଼ ଧରଣର ଲୁଟ୍ ଘଟଣା ଘଟିଛି। ଲୁଟେରାମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି...

ଭାରତ ସହିତ ବାଣିଜ୍ୟ ବନ୍ଦ କରି ଫସିଲରେ ପାକିସ୍ତାନ: ଔଷଧ ଯୋଗାଣ ପାଇଁ ନେଲା ‘ଜରୁରୀକାଳୀନ’ ପଦକ୍ଷେପ

ଇସଲାମାବାଦ,୨୭ା୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବା ପରେ ପାକିସ୍ତାନ ଔଷଧ ଯୋଗାଣ ସୁନିଶ୍ଚିତ କରିବା ପାଇଁ “ଜରୁରୀକାଳୀନ...

କଲବଲ କରିବ ଖରାଗୁଳୁଗୁଳି, କାଳବୈଶାଖୀ: ମେ’ ୧ ପର୍ଯ୍ୟନ୍ତ ଏସବୁ ଜିଲାରେ

ଭୁବନେଶ୍ୱର,୨୭ା୪(ଅନୁରାଧା ମହାରଣା):  ରାଜ୍ୟରେ ଖରାଗୁଳଗୁଳି ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ରହିଥିବାବେଳେ...

ସ୍ତନ ସ୍ପର୍ଶ ଉଦ୍ୟମ ବଳାତ୍କାର ନୁହେଁ : କୋଲକାତା ହାଇକୋର୍ଟ

କୋଲକାତା,୨୭ା୪: ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍‌ସୋ) ଆଇନ ଅନୁଯାୟୀ, ପୀଡ଼ିତାଙ୍କ ସ୍ତନ ସ୍ପର୍ଶ କରିବା ଉଦ୍ୟମ ବଳାତ୍କାର ନୁହେଁ ବରଂ ଗମ୍ଭୀର ଯୌନ ଉତ୍ପୀଡ଼ନ...

ଜମ୍ମୁ-କାଶ୍ମୀର ଆକ୍ରମଣ ଉପରେ ମନ୍ତବ୍ୟ ଦେଇ ଛାତ୍ର, ଅବସରପ୍ରାପ୍ତ ଶିକ୍ଷକ, ଓକିଲ ସମେତ ୧୯ ଗିରଫ

ନୂଆଦିଲ୍ଲୀ,୨୭ା୪: ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ମନ୍ତବ୍ୟ ଦେଇ ଉତ୍ତର-ପୂର୍ବାଞ୍ଚଳର ତିନୋଟି ରାଜ୍ୟରେ ଅତି କମରେ ୧୯ ଜଣଙ୍କୁ ଗିରଫ କରାଯାଇଛି। ଏହି ଆକ୍ରମଣରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image