ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ଅନେକ ଆହତ

ଢେଙ୍କାନାଳ ଅଫିସ୍‌,୨୩।୧: ଢେଙ୍କାନାଳ ଜିଲା ସଦର ଥାନା ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚବଟିଠାରେ ଏକ ଦୁର୍ଘଟଣା ଘଟିଛି। ସୋମବାର ଭୋର ସମୟରେ ଏକ ପିକନିକ ବସ ବ୍ରିଜ ତଳକୁ ଖସି ପଡିବାରୁ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବହୁ ଯାତ୍ରୀ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବସ୍‌ରେ ୪୩ ଯାତ୍ରୀ ଥିଲେ। କେନ୍ଦ୍ରାପଡ଼ା ଅଞ୍ଚଳରୁ କିଛି ଯାତ୍ରୀ ନୀଳମାଧବ ନାମକ ଏକ ବସରେ ପଶ୍ଚିମ ଓଡ଼ିଶାର ହରି ଶଙ୍କର, ନୃସିଂହନାଥ ଓ ହୀରାକୁଦ ଆଦି ସ୍ଥାନ ବୁଲି ବଣଭୋଜି ସାରି ରାତିରେ ସମ୍ବଲପୁରରୁ କେନ୍ଦ୍ରାପଡ଼ା ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତ ବ୍ୟକ୍ତି ହେଲେ ବିଜୟୀ ଲକ୍ଷ୍ମୀ ସାଇଁ ଓ ରେଣୁବାଳା ଜେନା। ଏମାନଙ୍କ ଘର କେନ୍ଦ୍ରାପଡା ବଳଦେବଜୀଉ ଇଚ୍ଛାପୁର ଗାଁରେ ବୋଲି ଜଣାପଡିଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Share