Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ଜଣଙ୍କ ମୃତ୍ୟୁ…

ମୁମ୍ବାଇ, ୧୪।୮ : ରବିବାର ସକାଳେ ମହାରାଷ୍ଟ୍ରର ବିଡ ଜିଲାରେ ଏକ କାର ଏବଂ ଟେମ୍ପୋ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ମଞ୍ଜରସୁମ୍ବା-ପାଟୋଦା ରାଜପଥରେ ଭୋର ପ୍ରାୟ ୫ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଛି।

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ସୂଚନା ଅନୁଯାୟୀ କେଜ ତହସିଲର ଜିଓ୍ବାଚିୱାଡି ଗାଁର ଏକ ପରିବାର କାରରେ ପୁଣେ ଯାଉଥିବାବେଳେ ସେମାନଙ୍କ କାର ଏବଂ ଟେମ୍ପୋ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପରିବାରର ପାଞ୍ଚ ଜଣ ସଦସ୍ୟ ଏବଂ ଅନ୍ୟ ଜଣଙ୍କର ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ଅଧିକାରୀ କହିଛନ୍ତି।

ଅଧିକାରୀ କହିଛନ୍ତି ଯେ ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ପୋଲିସକୁ ଦୁଇଟି ଗାଡି ଅଲଗା କରିବା ପାଇଁ କ୍ରେନ ବ୍ୟବହାର କରିବାକୁ ପଡିଥିଲା। ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଚାଲିଥିବା ପୋଲିସ କହିଛି।

Share