Categories: ଜାତୀୟ

ଦୁଇଟି ଗାଡି ମଧ୍ୟରେ ଚାପି ହୋଇଗଲା କାର୍‌: ଚାଲିଗଲା ୬ ଜୀବନ

ଚଣ୍ଡିଗଡ,୨।୧୧: ପଞ୍ଜାବର ସୁନାମ ଠାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତେ ଏକ କାରରେ ଯାତ୍ରା କରୁଥିଲେ ଏବଂ ମଲେରକୋଟଲା ଠାରୁ ସୁନାମକୁ ଫେରୁଥିଲେ।
ସୂଚନାନୁସାରେ, ମଲେରକୋଟଲାର ବାବା ହାୟଦାର ଶାହାଙ୍କ ଦରଘାରେ ସମସ୍ତେ ଦର୍ଶନ କରିବା ପରେ ସୁନାମକୁ ଫେରୁଥିଲେ। ସୁନାମ ନିକଟରେ କାରଟି ଏକ ଟ୍ରକ ଏବଂ ତେଲ କ୍ୟାଣ୍ଟର ଦ୍ୱାରା ଧକ୍କା ହୋଇଥିଲା। କାରଟି ଦୁଇଟି ଗାଡି ମଧ୍ୟରେ ଚାପି ହୋଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ କର୍ମଚାରୀମାନେ କାର କାଟି ମୃତଦେହ ବାହାର କରିଥିଲେ।

Share