Posted inଜାତୀୟ

ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ପାଟନା,୧୨।୧୦: ବିହାରର ବକ୍ସର ଜିଲାର ରଘୁନାଥପୁର ଷ୍ଟେଶନରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଟ୍ରାକରୁ ଟ୍ରେନ ବାହାରିଯିବାରୁ ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଗୁଆହାଟୀର କାମାକ୍ଷା ଷ୍ଟେଶନ ଯାଉଥିବା ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହୋଇଥିଲା।
ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିବାବେଳେ ଆହତମାନଙ୍କୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାର୍ଡେନଙ୍କୁ ଫାଶୀଦଣ୍ଡାଦେଶ

ଇଟାନଗର,୨୬।୯: ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ମାମଲାର ବିଚାର କରି ଇଟାନଗର ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି...

ବିରୋଧୀ ଦଳରୁ କିଏ ଦେଇଥିଲା ପ୍ରଧାନମନ୍ତ୍ରୀ ଅଫର ? ଜାଣନ୍ତୁ କ’ଣ କହିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ,୨୬ା୯: କେନ୍ଦ୍ରମନ୍ତ୍ରୀ ପରିବହନ ନିତିନ ଗଡ଼କରୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହାରି ମଧ୍ୟରେ ସେ ଏହି ପ୍ରସଙ୍ଗରେ ବଡ...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ମହିଳା ଯେଉଁ ଧର୍ମର ହୁଅନ୍ତୁନା କାହିଁକି ସମସ୍ତଙ୍କ ପାଇଁ ଲାଗୁ ହେବ ଏହି ଆଇନ

ନୂଆଦିଲ୍ଲୀ,୨୬।୯: ଘରୋଇ ହିଂସା ଆଇନ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଘରୋଇ ହିଂସା ଆଇନ ୨୦୦୫ ପ୍ରତ୍ୟେକ ମହିଳାଙ୍କ...

୩ ‘ପରମ ରୁଦ୍ର ସୁପର କମ୍ପ୍ୟୁଟର’ର ଉଦଘାଟନ କଲେ ମୋଦି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତା

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତିନୋଟି ସୁପର କମ୍ପ୍ୟୁଟରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ତିନୋଟି କମ୍ପ୍ୟୁଟର ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ...

ଭାଜପାକୁ ଲାଗିଲା ବଡ ଝଟ୍‌କା, ୨୦ ବର୍ଷ ଦଳରେ ଥାଇ ଏବେ…

ରାଞ୍ଚି,୨୬।୯: ଚେନପୁର ରାଜ ପରିବାରର ସଦସ୍ୟ ତଥା ଭାଜପାର ପୂର୍ବତନ ରାଜ୍ୟ ମନ୍ତ୍ରୀ ବିବେକ ଭବାନୀ ସିଂ ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ରାଜ୍ୟ...

ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟକା!

ନୂଆଦିଲ୍ଲୀ,୨୬।୯: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଗୁଜରାଟ ସରକାରଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ...

ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୯: ଶ୍ରମିକ ବିଶେଷକରି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ କେନ୍ଦ୍ର...

କୃଷକଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କଲେ ସରକାର

ରାଞ୍ଚି,୨୬।୯: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଠିକ ପୂର୍ବରୁ ରାଜ୍ୟର ଜେଏମଏମ-କଂଗ୍ରେସ-ଆରଜେଡି ମିଳିତ ସରକାର କୃଷକଙ୍କ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri