Categories: ଜାତୀୟ

ଉପଯୁକ୍ତ ନୀତି-ଉଦ୍ଦେଶ୍ୟ ଦ୍ୱାରା ଭାଗ୍ୟରେ ବି ହୋଇଥାଏ ପରିବର୍ତ୍ତନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଅସାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଉପଯୁକ୍ତ ନୀତି ଏବଂ ଉଦ୍ଦେଶ୍ୟ ଦ୍ୱାରା ଭାଗ୍ୟରେ ବି ପରିବର୍ତ୍ତନ ହୋଇଥାଏ। ପୂର୍ବରୁ କେନ୍ଦ୍ରରେ ଶାସନ କରୁଥିବା ସରକାର ଆସାମ ପ୍ରତି ବୈମାତୃକ ମନୋଭାବ ରଖିଥିଲେ। ଫଳରେ ରାଜ୍ୟର ବିକାଶ ପାଇଁ କୌଣସି ଆଖିଦୃଶିଆ ଯୋଜନା କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ମାତ୍ର ଏବେ ସମୟ ବଦଳି ଯାଇଛି। ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ଆଦି କ୍ଷେତ୍ର ସହିତ ଅନ୍ୟାନ୍ୟ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି। କେନ୍ଦ୍ର ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ ମନ୍ତ୍ର ନେଇ କାର୍ଯ୍ୟ କରୁଛନ୍ତି। ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ବିକାଶ ଦ୍ୱାରା ଭାରତର ବହୁବିଧ ଉନ୍ନତି ସମ୍ଭବ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

Share