Posted inଜାତୀୟ

ଇଭିଏମ୍‌ରେ ୨,୬୧୫ ପ୍ରାର୍ଥୀଙ୍କ ଭାଗ୍ୟ

ବେଙ୍ଗାଲୁରୁ,୧୧ା୫: କର୍ନାଟକ ବିଧାନସଭା ୨୨୪ ଆସନ ପାଇଁ ବହୁ ପ୍ରତୀକ୍ଷିତ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଭୋଟଗ୍ରହଣ ଶେଷ ହେବା ପରେ ୭୨% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ରାମନଗର ନିର୍ବାଚନମଣ୍ଡଳୀରେ ସର୍ବାଧିକ ୭୮.୨୨% ମତଦାନ ହୋଇଥିବାବେଳେ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମ୍‌ପି) ସାଉଥ୍‌ରେ ସର୍ବନିମ୍ନ ୪୮.୬୩% ଭୋଟ ଗ୍ରହଣ କରାଯାଇଛି। ରାଜ୍ୟର ଅଧିକାଂଶ ଆସନରେ ମୁଖ୍ୟତଃ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ଭାଜପା ପୁନର୍ବାର ସରକାର ଗଢ଼ିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିବାବେଳେ କଂଗ୍ରେସ ଶାସକ ଦଳକୁ କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ମଧ୍ୟ କିଙ୍ଗ୍‌ କିମ୍ବା କିଙ୍ଗ୍‌ମେକର ଭୂମିକା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଥିଲା। ମୋଟ ୫.୩୧ କୋଟି ଯୋଗ୍ୟ ଭୋଟରଙ୍କ ମତାଦାନ ପାଇଁ ସାରା ରାଜ୍ୟରେ ୫୮,୫୪୫ ପୋଲିଂ ଷ୍ଟେଶନର ବ୍ୟବସ୍ଥା କରାଯାଇଥିଲା। ମଇଦାନରେ ୨,୬୧୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ, ଯାହାଙ୍କ ମଧ୍ୟରୁ ୧୮୪ ଜଣ ହେଉଛନ୍ତି ମହିଳା। ଭୋଟ ଶେଷ ହେବା ସହ ଏହି ପ୍ରାର୍ଥୀମାନଙ୍କ ଭାଗ୍ୟ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ସିଲ୍‌ ହୋଇଯାଇଛି। ୨୦୧୮ ବିଧାନସଭା ନିର୍ବାଚନରେ ୭୨.୩୬% ମତଦାନ ହୋଇଥିଲା।

ନିର୍ବାଚନୀ ହିଂସା: ୨୩ ଗିରଫ

କର୍ନାଟକର ବିଜୟପୁରା ଜିଲାରେ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ଏକ ଗାଡ଼ିରେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ନିଆଯାଉଥିବା ଦେଖିବାକୁ ପାଇ ମସାବିନାଲା ଗ୍ରାମର ଲୋକେ ଆପତ୍ତି ଉଠାଇଥିଲେ। ସେମାନେ ଉକ୍ତ ଗାଡ଼ିକୁ ଅଟକାଇ ଜଣେ ଅଧିକାରୀଙ୍କୁ ମାଡ଼ ମାରିବା ସହ ବାଲଟ୍‌ ୟୁନିଟ୍‌ ଓ ଅନ୍ୟ ସାମଗ୍ରୀଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ଏନେଇ ପୋଲିସ ୨୩ ଜଣଙ୍କୁ ଗିରଫ କରିଛି। ଅଧିକାରୀ ଜଣକ ଇଭିଏମ୍‌ ଏବଂ ଭିଭିପିଏଟି ମେଶିନ ବଦଳାଇବାକୁ ଯାଉଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ଲୋକେ ତାଙ୍କୁ ଆକ୍ରମଣ କରିଥିବା ପୋଲିସ କହିଛି। ଇତିମଧ୍ୟରେ ବେଙ୍ଗାଲୁରୁର ପଦ୍ମନାଭ ନିର୍ବାଚନମଣ୍ଡଳୀରେ କେତେଜଣ ଯୁବକ ନିଜ ରାଜନୈତିକ ବିରୋଧୀଙ୍କୁ ବାଡ଼ିରେ ପିଟିଥିବା ଅଭିଯୋଗ ହୋଇଛି। ଏଥିରେ କେତେଜଣ ମହିଳା ଭୋଟର ଆହତ ହୋଇଛନ୍ତି। ବଲ୍ଲାରି ଜିଲାର ସଞ୍ଜୀବାରାୟନାକୋଟ୍‌ରେ ଭାଜପା ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି।
ଭୋଟ ନ ଦେଲେ ସମାଲୋଚନା ଅଧିକାର ନାହିଁ: ନାରାୟଣମୂର୍ତ୍ତି

ଆମେ ଯଦି ଭୋଟ ଦେବା ନାହିଁ ତେବେ କୌଣସି ସରକାରକୁ ସମାଲୋଚନା କରିପାରିବା ନାହିଁ। ପ୍ରଥମେ ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିବା ଏବଂ କେଉଁଟା ଭଲ ଓ କେଉଁଟା ଖରାପ ତାହା ପରେ କହିବା। ଆମେ ସେପରି ନ କଲେ ସମାଲୋଚନା କରିବା ଅଧିକାର ହରାଉଛେ ବୋଲି ଆଇଟି ମେଜର ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ନାରାୟଣମୂର୍ତ୍ତି କହିଛନ୍ତି। ୭୬ ବର୍ଷୀୟ ନାରାୟଣଙ୍କ ସହ ସ୍ତ୍ରୀ ସୁଧା ମୂର୍ତ୍ତି ମଧ୍ୟ ବେଙ୍ଗାଲୁରୁସ୍ଥିତ ଏକ ବୁଥ୍‌ରେ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଏହି ଅବସରରେ ସୁଧା କହିଥିଲେ, ମତଦାନ ଗଣତନ୍ତ୍ର ପାଇଁ ପବିତ୍ର। ଏକ ଗଣତନ୍ତ୍ରରେ ନିଜ ଅଧିକାର ସାବ୍ୟସ୍ତ କରିବା ଆମ ଯୁବପିଢ଼ି ଶିଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବକ୍‌ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍‌ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍‌ଫ ବିଲ୍‌ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri