ଚଣ୍ଡିଗଡ଼,୧୯।୨ : ରବିବାର ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ୨.୧୪ କୋଟି ଭୋଟର ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ରାଜ୍ୟର ୧୧୭ ବିଧାନସଭା ଆସନରେ ସକାଳ ୮ଟାଠାରୁୂ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ ହେବ। ରାଜ୍ୟରେ ୯୩ ମହିଳା ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ମଇଦାନରେ ଚଳିତ ଥର ବହୁକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି। କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ସଳରୀ ପ୍ରଦର୍ଶନ ନେଇ ଆଶାବାଦୀ ରହିଥିବା ବେଳେ ଦଳରୁ ବାହାରି ଭାଜପା ସହିତ ମେଣ୍ଟ କରିଥିବା କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଯୋଗୁ ଭୋଟର ବିଭକ୍ତିକରଣ ହେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।
ସେହିପରି ଆମ୍ ଆଦ୍ମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍ଙ୍କୁ ବିଶେଷ ସଫଳତା ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।