Categories: ଜାତୀୟ

୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…

କୋଲକାତା,୧୭।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଶନିବାର ଭୋଟିଂ ଜାରି ରହିଛି। ୬ଟି ଜିଲାର ୪୫ଟି ବିଧାନସଭା ଆସ ପାଇଁ ମତଦାନ କରାଯାଉଛି। ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ଆସନ୍ତା ମେ ୨ରେ ପ୍ରକାଶ ପାଇବ। ପଞ୍ଚମ ପର୍ଯ୍ୟାୟରେ ୩୯ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦୭୧ କମ୍ପାନୀ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏପ୍ରିଲ୍‌ ୨୨ରେ ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

Share