ଓଟକୁ ମରୁଭୂମିର ଜାହାଜ କୁହାଯାଏ। ମାଲିକ ତାକୁ ଯେତେ କଷ୍ଟ ଦେଲେ ମଧ୍ୟ ସେ ସବୁ ସହି ତା’ର ମାଲିକକୁ ସାହାଯ୍ୟ କରିଥାଏ। ଖାଲି ଏତିକି ନୁହେଁ, ଓଟ ଆପଣଙ୍କ ଭାଗ୍ୟ ବଦଳାଇବାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାଣନ୍ତୁ କିପରି…
ଆର୍ଥିକ ସଙ୍କଟ ଦୂର କରେ:
ଯେତେ ରୋଜଗାର କରୁଥିଲେ ମଧ୍ୟ ବେଳେବେଳେ ଏହା ନିଅଣ୍ଟ ହୋଇଥାଏ। ତେଣୁ ବାସ୍ତଶାସ୍ତ୍ର ଅନୁଯାୟୀ, ଘରେ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ ଏକ ଓଟ ମୂର୍ତ୍ତି କିମ୍ବା ଫଟୋ ଟାଙ୍ଗିଲେ ଏହି ସମସ୍ୟା ଶୀଘ୍ର ଦୂର ହୋଇଥାଏ।
କ୍ୟାରିୟରରେ ଆଣିଥାଏ ସଫଳତା:
ଆପଣ ଡିଗ୍ରୀଧାରୀ ହୋଇଥିଲେ ମଧ୍ୟ ଖରାପ ସମୟରେ ଏହା କୌଣସି କାମରେ ଲାଗେ ନାହିଁ। ଏହି ସମୟରେ ଘରେ ଏକ ଓଟମୂର୍ତ୍ତି ଆଣି ରଖିଲେ ଏହା ଶୁଭଫଳ ପ୍ରଦାନ କରିଥାଏ। ଅର୍ଥାତ୍ ଚାକିରି କରିବା ପାଇଁ ବାଟ ଫିଟିଥାଏ।
ରୋଗ ଦୂର କରେ:
ସବୁବେଳେ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହୁଥିଲେ ଆଦୌ ବିଚଳିତ ହୁଅନ୍ତୁ ନାହିଁ। ଘର କାନ୍ଥରେ ଏକ ଓଟ ମୂର୍ତ୍ତି ଥିବା ଫଟୋ ଟାଙ୍ଗି ଦିଅନ୍ତୁ। ଏହା ନକାରାତ୍ମକ ଚିନ୍ତାଧାରା ଦୂର କରିଥାଏ। ସ୍ବାସ୍ଥ୍ୟରେ ଉନ୍ନତି ଆସେ।
ସଠିକ୍ ମାର୍ଗ ଦେଖାଏ:
ବେଳେବେଳେ ମଣିଷ ଖରାପ ସମୟ ଦେଇ ଗତି କରିଥାଏ। ଏହି ସମୟରେ ଲୋକେ ଭାଙ୍ଗି ପଡ଼ନ୍ତି ମାତ୍ର ଘରେ ଏକ ଓଟ ମୂର୍ତ୍ତି ବା ଫଟୋଟିଏ ଟାଙ୍ଗିଲେ ଏହା ଆଗକୁ ବଢ଼ିବାର ସାହସ ଦେବ। କାରଣ ଓଟଟି ଯେମିତି ନିଜ ପିଠିରେ ଭାର ବୋହି ତା’ ମାଲିକକୁ ଆନନ୍ଦ ଦେଉଛି ସେହି କଥା ଜଣାଇ ଦେବ। ମନ ମଧ୍ୟରେ ବିଶ୍ୱାସ ଜନ୍ମାଏ। ଏକାଧିକ ଓଟୋ ଥିବା ଫଟୋ ଘରେ ଟାଙ୍ଗିଲେ ଆହୁରି ଭଲ। ଏହା ସକାରାତ୍ମକ ଭାବନା ସୃଷ୍ଟି କରେ।