ନିଟ୍‌ ପରୀକ୍ଷା ଦେଲେ ବାପ-ଝିଅ: ୨ ଜଣ ହେଲେ ପାସ୍‌, ଜାଣନ୍ତୁ କାହାର ରହିଛି ଅଧିକ ନମ୍ବର

ନୂଆଦିଲ୍ଲୀ,୧୯।୧୦: ଜଣାଶୁଣା ନ୍ୟୁରୋସର୍ଜନ ଡା ପ୍ରକାଶ ଖୈତାନ ୪୯ ବର୍ଷ ବୟସରେ ନିଜ ଝିଅକୁ ଉତ୍ସାହିତ କରିବା ପାଇଁ ନିଟ୍‌ ପରୀକ୍ଷା ଦେଇଥିଲେ। ଖୁସିର କଥା ହେଲା ଉଭୟ ବାପା ଏବଂ ଝିଅ ନିଟ୍‌ ପାସ କରିଥିଲେ। ଝିଅ ବାପାଙ୍କ ତୁଳନାରେ ଶତକଡ଼ା ଅଧିକ ମାର୍କ ହାସଲ କରିଥିଲେ।
ଖୈତାନ କୁହନ୍ତି, ସେ ତାଙ୍କ ଝିଅକୁ ନିଟ୍‌ରେ ସଫଳ ହେବାକୁ ଚାହୁଁଥିଲେ। ଏଥିପାଇଁ ସେ ନିଜେ ମଧ୍ୟ ତାଙ୍କ ସହିତ ପ୍ରସ୍ତୁତ ହୋଇଥିଲେ। ଝିଅ ସହିତ ଫର୍ମ ପୂରଣ କରିଥିଲେ। ତା’ପରେ ୨୦୨୩ ରେ ମଧ୍ୟ ପରୀକ୍ଷା ଦେଇଥିଲେ। ୧୯୯୨ରେ ଖୈତାନ ସିପିଏମ୍‌ଟି ପାସ କରିଥିଲେ।
୩୦ ବର୍ଷ ପରେ, ସେ ତାଙ୍କ ଝିଅ ମିତାଲିଙ୍କ ଡାକ୍ତର ହେବାର ସ୍ବପ୍ନକୁ ପୂରଣ କରିବା କରିଥିଲେ। ଜୁନ ମାସରେ ଯେତେବେଳେ ଫଳାଫଳ ଆସିଲା, ଝିଅ ମିତାଲି ୯୦ ପ୍ରତିଶତ ମାର୍କ ପାଇଥିବାବେଳେ ଖୈତାନ ୮୯ ପ୍ରତିଶତ ପାଇଥିଲେ। ସେ ଜୁଲାଇରେ କର୍ନାଟକର ମଣିପାଲ, କସ୍ତୁରବା ମେଡିକାଲ କଲେଜରେ ମିତାଲିଙ୍କୁ ଏମବିବିଏସରେ ଭର୍ତ୍ତି କରିଥିଲେ।
ଖୈତାନ କୁହନ୍ତି, ନିଟ୍‌ ପାଇଁ ପ୍ରସ୍ତୁତି ସମୟରେ ସେ ନିୟମିତ ଭାବେ ଓପିଡିରେ ବସିଥିଲେ। କିଏ ଅଧିକ ଅଧ୍ୟୟନ କରିବ ସେନେଇ ଘରେ ଏକ ପ୍ରତିଯୋଗିତା ହୋଇଥିଲା। ଘରୋଇ ପ୍ରତିଯୋଗିତା ହେତୁ ମୋ ଝିଅ ଅଧିକ ପରିଶ୍ରମ କଲା ଏବଂ ଫଳାଫଳ ହେଲା ସେ ନିଟ୍‌ରେ ମୋ ଠାରୁ ଅଧିକ ମାର୍କ ହାସଲ କରିଥିଲେ। ଏହି ପରାଜୟରେ ମୁଁ ଅନୁଭବ କରିଥିବା ଖୁସିକୁ ବର୍ଣ୍ଣନା କରିବା କଷ୍ଟକର।

Share