Advertisement

ଦୁର୍ଘଟଣାରେ ବାପ ପୁଅଙ୍କ ଜୀବନଗଲା

ବାଙ୍ଗିରିପୋଷି, ୧୮ା୩(ସଞ୍ଜୟ କୁମାର ଅଗ୍ରୱାଲା): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦେଇଯାଇଥିବା ୪୯ନଂ. ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ବାପ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବହଳଦା ଥାନା ଅଧୀନ ଖେଜୁରତାଣ୍ଡୀ ଗ୍ରାମର ସେକ ଲୁକମାନ(୫୦) ଓ ତାଙ୍କ ପୁଅ ସେକ ସାହିଲ (୧୨)। ଉଭୟ ଏକ ବୁଲେଟ୍‌ (ନଂ. ଓଡ଼ି୧୧ପି- ୬୨୩୨) ଯୋଗେ ବାରିପଦାର ତେନ୍ତୁଳିଡିଙ୍ଗା ଯାଉଥିବା ବେଳେ ପଛ ପଟୁ କୌଣସି ଏକ ଗାଡ଼ି ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ବାଙ୍ଗିରିପୋଷି ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ ପଠାଇଛି। ଉଲ୍ଲେଖଯୋଗ୍ୟ, ମୃତ ସେକ୍‌ ଲୁକମାନ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ସେ ଗତ ମାସରେ ଚାକିରିରୁ ଅବସର ଗ୍ରହଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share