ମହୁମାଛି ଆକ୍ରମଣରେ ବାପ-ପୁଅ ଗୁରୁତର

ଘସିପୁରା,୨୫ା୧୧(ନିରଞ୍ଜନ ସାହୁ): ଚାଷଜମିକୁ ଆସିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇ ବାପ-ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘସିପୁରା ବ୍ଲକ ସରେଇଁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଧରିଆ ସାହୁ ଓ ପୁଅ ସୁରେନ୍ଦ୍ର ଧାନ କାଟିବାକୁ ନିଜ ଚାଷ ଜମିକୁ ଆସୁଥିଲେ। ରାସ୍ତାରେ ଉଭୟଙ୍କୁ ଅତର୍କିତ ଭାବେ ମହୁମାଛି ଆକ୍ରମଣ କରିଥିଲେ। ଉଭୟ ଗୁରୁତର ଅବସ୍ଥାରେ ପଡ଼ିଯାଇଥିବାବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Share