ସୋନମ ମା’ ହେବାକୁ ଯାଉଥିବା ଜାଣିବା ପରେ କାନ୍ଦି ପକାଇଥିଲେ ଅନିଲ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ଏବେ ତାଙ୍କ ପ୍ରେଗନେନସି ପିରିୟଡକୁ ଏନଜୟ କରୁଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା ସମୟ ସମୟରେ ଭିନ୍ନ ଭିନ୍ନ ଫଟୋ ଅପଲୋଡ କରି ପ୍ରଶଂସକଙ୍କ ମନ ଜିଣୁଛନ୍ତି । ଅଭିନେତ୍ରୀ କିଛିଦିନ ତଳେ ଏହି ଖୁସି ଖବର ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥିବା ବେଳେ ଏବେ ସୋସିଆଲ ମିଡିଆରେ ତାଙ୍କ ପାଖକୁ ଛୁଟିିଛି ଶୁଭେଚ୍ଛାର ସୁଅ । ପ୍ରତିଦିନ କମେଣ୍ଟ ବକ୍ସରେ ସୋନମଙ୍କ ପାଇଁ ଆସୁଛି ଶୁଭେଚ୍ଛା ବାର୍ତ୍ତା ।
ତେବେ ସୋନମ ମା’ ହେବା ଜଣାପଡିବା ପର ସବୁଠାରୁ ଅଧିକ ଖ୍ରୁସି ହୋଇଥିଲେ ତାଙ୍କ ପିତା ଅନିଲ କପୁର । ନିକଟରେ ମୁଭି ‘ଜୁଗ ଜୁଗ ଜିୟୋ’ର ପ୍ରମୋଶନ ସମୟରେ ନିଜେ ଅନିଲ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେତେବେଳେ ମୁଁ ଶୁଣିଲି ଯେ ମୁଁ ନାନା ହେବାକୁ ଯାଉଛି, ସେତେବେଳେ ମୁଁ କାନ୍ଦି ପକାଇଥିଲି । ମୋ ଆଖିରେ ଆପଣଛାଏଁ ଲୁହ ଚାଲିଆସିଥିଲା, ଯାହାଥିଲା ଆନନ୍ଦର ଅଶ୍ରୁ । ଏଥିରୁ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି ଯେ ନାନା ହେବାକୁ କିଭଳି ଭାବେ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଥିଲେ ବଲିଉଡର ଏହି ଏଭରଗ୍ରୀନ ହିରୋ ଅନିଲ କପୁର ।
ଅନିଲ କପୁରଙ୍କ ମୁଭି ‘ଜୁଗ ଜୁଗ ଜିୟୋ’ ନିକଟରେ ରିଲିଜ୍ ହୋଇଥିବା ବେଳେ ଏହା ବକ୍ସ ଅଫିସରେ ଭଲ କଲେକ୍ସନ କରିଛି ବୋଲି କୁହାଯାଉଛି ।

Share