Categories: ଜାତୀୟ

ଅବିବାହିତା ଝିଅଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିପାରିବେନି ପିତା…

ନୂଆଦିଲ୍ଲୀ, ୮।୧: ଅବିବାହିିତା ଝିଅଙ୍କ ପ୍ରତି ପିତା କର୍ତ୍ତବ୍ୟରେ ଅବହେଳା କରିପାରିବେନି। ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି। ବିଚାରପତି ବିପିନ ସାଙ୍ଗଭୀ ଏବଂ ଜସମିତ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପିତା ଅବିବାହିତା କନ୍ୟାଙ୍କର ଶିକ୍ଷା ଏବଂ ବିବାହ ପାଇଁ ଆବଶ୍ୟକ ଖର୍ଚ୍ଚ କରିବା ଜରୁରୀ।

କନ୍ୟାଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଖଣ୍ଡପୀଠ କହିଛନ୍ତି। ଏହା ସହିତ ସମ୍ପୃକ୍ତ ପିତାଙ୍କୁ ୨ କନ୍ୟାଙ୍କ ବିବାହ ଲାଗି ଯଥାକ୍ରମେ ୩୫ ଲକ୍ଷ ଏବଂ ୫୦ ଲକ୍ଷ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାତାଙ୍କ ଆବେଦନ କ୍ରମେ ପିତା ପରିବାର କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ମ୍ୟାରେଜ ଆକ୍ଟ ୧୯୫୫ର ଧାରା ୨୪, ୨୫ ଏବଂ ୨୬ ଅନ୍ତର୍ଗତ ସନ୍ତାନ ସାବାଳକ ହେବା ପର୍ଯ୍ୟନ୍ତ ପିତା ନିଜର କର୍ତ୍ତବ୍ୟ କରିବେ।

ତେବେ ହାଇକୋର୍ଟ ଭରଣପୋଷଣ ୧୯୫୬ ଆକ୍ଟର ଧାରା ୨୦ ଅନ୍ତର୍ଗତ ପିତା ସନ୍ତାନମାନଙ୍କର ଭରଣ ପୋଷଣା ଦାୟିତ୍ୱ କରିବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି।

Share