ଥିରୁଭାନନ୍ତପୁରମ,୨୮।୧ : କେରଳ ହାଇକୋର୍ଟ ଦୋହରାଇଛନ୍ତି ଯେ ଜଣେ ସାବାଳିକା ଅବିବାହିତା ଝିଇ, ସିଆରପିସିର ଧାରା ୧୨୫(୧) ଅନୁଯାୟୀ ତାଙ୍କ ପିତାଙ୍କ ରକ୍ଷଣାବେକ୍ଷଣ ଦାବି କରିପାରିବେ ନାହିଁ। ସେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ନ ଥିବା ଦର୍ଶାଇ ଏଭଳି ଦାବି କରିପାରିବେ ନାହିଁ। କୋର୍ଟ କହିଛନ୍ତି ଯେ ଜଣେ ଅବିବାହିତ ଝିଅ କୌଣସି ଶାରୀରିକ, ମାନସିକ , ଅସ୍ବାଭାବିକତା କିମ୍ବା ଆଘାତ କାରଣରୁ ନିଜକୁ ଅସମର୍ଥ ହୋଇଥିଲେ ତାଙ୍କର ସିଆରପିସିର ଧାରା ୧୨୫(୧) ଅନୁଯାୟୀ ରକ୍ଷଣାବେକ୍ଷଣ ଦାବି କରିବାର ଅଧିକାର ରହିଛି। ତେବେ ଏପରିସ୍ଥଳେ ତଥ୍ୟ ଏବଂ ପ୍ରମାଣ ବାଧ୍ୟତାମୂଳକ।
ଜଷ୍ଟିସ ଏ.ବଦ୍ରୁଦ୍ଦିନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଜଣେ ଅବିବାହିତ ହିନ୍ଦୁ ଝିଅ ବିବାହ ପର୍ଯ୍ୟନ୍ତ ହିନ୍ଦୁ ପୋଷ୍ୟ ସନ୍ତାନ ତଥା ରକ୍ଷଣାବେକ୍ଷଣ ଅଧିନିୟମ,୧୯୫୬ ର ଧାର ୨୦ (୩) ଅନୁସାରେ ତାଙ୍କ ପିତାଙ୍କଠାରୁ ରକ୍ଷଣାବେକ୍ଷଣ ଦାବି କରିପାରିବେ। ତେବେ ସେ ଗୁଜରାଣ ମେଣ୍ଟାଇବାକୁ ଅସମର୍ଥ ଥିବା ପ୍ରମାଣ ଦେବା ଜରୁରୀ।
ଅନ୍ୟଥା, ଆଇନ ଅନୁସାରେ ଏହା ଗ୍ରହଣ ଯୋଗ୍ୟ ହେବ ନାହିଁ ବୋଲି କୋର୍ଟ କହିଛନ୍ତି।