Categories: ଜାତୀୟ

ଜୀବିତ ପୁଅ ମୃତ କହି ୯୦ ଲକ୍ଷ ଠକିନେଲେ ପିତା, ଘର ଲୋକେ କଲେ ପର୍ଦ୍ଦାଫାଶ…

ଲକ୍ଷ୍ନୌ,୧୩।୧୧ : ଅହମଦାବାଦ ପୋଲିସ ଦ୍ୱାରା ଧରାଯାଇଥିବା ଦନକୌରର ପାର୍ସଲ ଗାଁର ବାସିନ୍ଦା ଅନୀଲ ମଲିକଙ୍କ ମୃତ୍ୟୁ ନାଟକ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପର୍ଦ୍ଦାଫାଶ ହୋଇଛି। ପ୍ରାୟ ଏକ ବର୍ଷ ଧରି ଅନୀଲଙ୍କ ପିତା ବିଜୟପାଲ ଏବଂ ଅନ୍ୟ ଭାଇମାନଙ୍କ ମଧ୍ୟରେ ଏକ ଜମି ବିବାଦ ଚାଲିଛି। ଏଥିରେ ରାଗିଯାଇ ଚାଚା ଧରମପାଲ ୬ ମାସ ପୂର୍ବରୁ ଅନୀଲ ଜୀବିତ ଥିବା ନେଇ ଗୌତମ ବୁଦ୍ଧ ନଗର ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ, କିନ୍ତୁ ପରେ ପୋଲିସ ଏହି ମାମଲାକୁ ମିଥ୍ୟା ବୋଲି କହିଥିଲେ।

ନୋଏଡା ପୋଲିସ ମଧ୍ୟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଧରମପାଲ ଅହମଦାବାଦ କ୍ରାଇମ ବ୍ରାଞ୍ଚକୁ ଅନୀଲ ଜୀବନ୍ତ ବୋଲି ସୂଚନା ଦେଇଥିଲେ। ପୋଲିସ ଯେତେବେଳେ ଅନୁସନ୍ଧାନ କଲା, ସେତେବେଳେ ଜଣାପଡିଥିଲା ଅନୀଲଙ୍କ ମିଥ୍ୟା ମୃତ୍ୟୁର ମାଷ୍ଟରମାଇଣ୍ଡ ହେଉଛନ୍ତି ପିତା ବିଜୟପାଲ। ସେ ତାଙ୍କ ୨୦ ବର୍ଷର ପୁଅ ଅନୀଲଙ୍କର ମୃତ୍ୟୁ ହୋଇଥିବା କହି ୯୦ ଲକ୍ଷ ବୀମା ଟଙ୍କା କମ୍ପାନୀଠାରୁ ଠକି ନେଇଥିଲେ। ପୋଲିସ ଏବେ ଅନୀଲଙ୍କ ପିତା ଓ ଭାଇଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛି।

୩୧ ଜୁଲାଇ, ୨୦୦୬ ରେ, ଅନୀଲ ତାଙ୍କ ପିତା ଏବଂ ଭାଇ ଜଣେ ଦିବ୍ୟାଙ୍ଗଙ୍କୁ କାରରେ ନେଇ ଅହମଦାବାଦରେ ନିଆଁ ଲଗାଇ ଦେଇଥିଲେ। ପାର୍ସଲ ଗାଁରେ କାରରେ ଜଳିଯିବା କାରଣରୁ ଅନୀଲଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହୋଇଥିଲା।

ପୋଷ୍ଟମର୍ଟମ ପରେ ବାପା ଦିବ୍ୟାଙ୍ଗ ଭିକାରୀଙ୍କ ମୃତଦେହକୁ ଗାଁକୁ ନେଇ ନ ଥିଲେ। ଗାଜିଆବାଦ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ। ସେମାନେ ଭୟ କରୁଥିଲେ କାଳେ ଗାଁର ଲୋକମାନେ ମୃତଦେହକୁ ଚିହ୍ନି ଦେବେ। ତେବେ ପରିବାର ସଦସ୍ୟ ଏହାକୁ ପ୍ରଘଟ କରିବା ପରେ ମୃତ୍ୟୁ ନାଟକ ଉପରୁ ପରଦା ହଟିଥିଲା। ସେ ଅନୀଲଙ୍କ ମୃତ୍ୟୁ ପାଇଁ ୮୦ ଲକ୍ଷ ଏବଂ ଗାଡି ଲାଗି ୧୦ ଲକ୍ଷ ଟଙ୍କା ବୀମା କମ୍ପାନୀଙ୍କଠାରୁ ଠକିନେଇଥିଲେ।

Share