ଝିଅକୁ ଝୁରି ଜୀବନ ହାରିଲେ ବାପା

ନିରାକାରପୁର,୨୨।୬(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ପଦ୍ମପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ ଝିଅର ମୃତ୍ୟୁ ପରେ ଝିଅକୁ ଝୁରି ଶେଷରେ ବାପା ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଲେ ରମେଶର ପଞ୍ଚାୟତ ପଦ୍ମପୁର ଗ୍ରାମର କୁଳମଣି ପ୍ରଧାନ(୪୦)। କୁଳମଣି ଏକ ଦଉଡିରେ ନିଜ ବାଡ଼ି ପଛପଟେ ଥିବା ଏକ ପିଜୁଳି ଗଛରେ ଓହଳି ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ରଞ୍ଜିତା ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏକ ଶୋକାକୁଳ ପରିବେଶରେ ସ୍ଥାନୀୟ ଶ୍ମଶାନରେ କୁଳମଣିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସ୍ତ୍ରୀ ରଞ୍ଜିତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୩/୨୩) ରୁଜୁ କରି ତଦନ୍ତ ଚଳାଇଛି। ତେବେ କୁଳମଣି ଝିଅକୁ ଝୁରି ଆତ୍ମହତ୍ୟା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟବାସୀ।

Share