ପୁଅକୁ ମାରି ବାପାଙ୍କ ଆତ୍ମହତ୍ୟା

ନୂଆପଡ଼ା ଅଫିସ/ ଖଡିଆଳ,୨୫।୬(ଡି.ଏନ.ଏ.): ନୂଆପଡ଼ା ଜିଲା ଧରମବନ୍ଧା ଥାନା ଅନ୍ତର୍ଗତ ଫୋକଟପ ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବାପା ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହ ଏବଂ ଅନ୍ୟ ଜାତିର ଝିଅଙ୍କୁ ବିବାହ କରିବାକୁ ନେଇ ଫୋକଟପ ଗ୍ରାମର ନକୁଳ ରାଉତ (୫୫) ଓ ତାଙ୍କ ପୁଅ ଶୋଭିତ (୩୫)ଙ୍କ ମଧ୍ୟରେ ରାତିରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନକୁଳ ଘରେ ଥିବା ଏକ ଟାଙ୍ଗିଆରେ ପୁଅକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଟଳି ପଡିଥିଲେ ଶୋଭିତ। ଏଥିରେ ମ୍ରିୟମାଣ ହୋଇ ନକୁଳ ଘର ଭିତରକୁ ପଶିଯାଇ ଭିତରୁ କବାଟ ଦେଇଥିଲେ। ପରିବାର ଲୋକେ କବାଟ ବାଡେଇଥିଲେ ବି ସେ ଖୋଲି ନ ଥିଲେ। ଖବର ପାଇ ଧରମବନ୍ଧା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। କବାଟ ଭାଙ୍ଗିବା ପରେ ଘର ଭିତରେ ନକୁଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲା। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଏବଂ ବାପପୁଅଙ୍କ ମୃତଦେହ ଜବତ କରିଛି। ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଚଳାଇଛନ୍ତି।
କିଛିଦିନ ତଳେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ଶୋଭିିତ ଘରକୁ ଫେରିଥିଲେ। ଗୁରୁବାର ରାତି ପ୍ରାୟ ୧୧ଟାରେ ଶୋଭିତ ଘରକୁ ଫେରିବା ପରେ ବାଇକ୍‌ ରଖିବାକୁ ନେଇ ବାପାଙ୍କ ସହ ଶୋଭିତଙ୍କର ଝଗଡା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନକୁଳ ହିତାହିତ ଜ୍ଞନ ହରାଇ ଟାଙ୍ଗିଆରେ ପୁଅକୁ ଆକ୍ରମଣ କରିଥିଲେ। ଶୋଭିତଙ୍କ ମୁଣ୍ଡର ପଛପଟେ ଟାଙ୍ଗିଆ ଚୋଟ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେହିଠାରେ ହିଁ ଟଳି ପଡିଥିଲେ ଶୋଭିତ। ପୁଅର ମୃତ୍ୟୁ ପରେ ନକୁଳ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ପଶିଯାଇ ଖୋଲା ଛାତର କାଠରେ ପ୍ଲାଷ୍ଟିକ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ସଂଯୁକ୍ତା ବାର୍ଲା କହିଛନ୍ତି।

Share