Categories: ଜାତୀୟ

ପୁଅର ଆତ୍ମହତ୍ୟା ପରେ ବାପାଙ୍କ ମୃତ୍ୟୁ

ଚେନ୍ନାଇ,୧୫।୮: ମେଡିକାଲ ପଢ଼ିବା ପାଇଁ ଏନ୍‌ଇଇଟି ପରୀକ୍ଷାରେ ୨ଥର ବିଫଳ ହେବା ପରେ ଜଣେ ଛାତ୍ର ରବିବାର ଆତ୍ମହତ୍ୟା କରିଥିଲେ। ପୁଅ ମୃତ୍ୟୁରେ ଭାଙ୍ଗିପଡ଼ି ସୋମବାର ବାପା ମଧ୍ୟ ଆଖି ବୁଜିଛନ୍ତି। ତାମିଲନାଡୁର କ୍ରୋମପେଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ହେଲେ ପି. ସେଭାଲେସେକର ଏବଂ ତାଙ୍କ ପୁଅ ଜଗଦେଶ୍ୱରନ୍‌। ଜଗଦେଶ୍ୱରନ୍‌ ୨୦୨୨ରେ ଦ୍ୱାଦଶ ଶ୍ରେଣୀ ଶିକ୍ଷା ଶେଷ ପରେ ଦୁଇ ଥର ଏନ୍‌ଇଇଟି ପରୀକ୍ଷା ଦେଇ ବିଫଳ ହୋଇଥିଲେ। ଏଥିରେ ମ୍ରିୟମାଣ ହୋଇ ସେ ଆତ୍ମହତ୍ୟା କରିଥିଲେ। ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଦୁଃଖ ପ୍ରକାଶ କରିବା ସହ ଏନ୍‌ଇଇଟି ପରୀକ୍ଷା ରଦ୍ଦ ହେବା ଉଚିତ ବୋଲି କହିଛନ୍ତି। ଏନ୍‌ଇଇଟି ଯାହା ଆପଣମାନଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଛି ତାହା ବନ୍ଦ ହେବ। ରାଜ୍ୟ ସରକାର ଏ ଦିଗରେ ଆଇନଗତ ପଦକ୍ଷେପ ନେବା ପାଇଁ କାମ କରୁଥିବା ଷ୍ଟାଲିନ୍‌ କହିଛନ୍ତି।

Share